ଓଡିଶା

odisha

ଜମି ମାଫିଆଙ୍କ କବଜାରେ ସରକାରୀ ଜମି!

By

Published : Sep 2, 2021, 12:01 PM IST

Updated : Sep 2, 2021, 12:42 PM IST

ଜବରଦଖଲ ହେବାରେ ଲାଗିଛି ସରକାରୀ ଜମି । ଜମି ମାଫିଆ ଗୋଚର ଓ ସରକାରୀ ଜମିକୁ କରୁଛନ୍ତି କବଜା । ଅଧିକ ପଢନ୍ତୁ...

ଜମି ମାଫିଆଙ୍କ କବଜ୍ଜାରେ ସରକାରୀ ଜମି!
ଜମି ମାଫିଆଙ୍କ କବଜ୍ଜାରେ ସରକାରୀ ଜମି!

ବୌଦ୍ଧ:ଜବରଦଖଲ ହେବାରେ ଲାଗିଛି ସରକାରୀ ଜମି । ଜମି ମାଫିଆ ଗୋଚର ଓ ସରକାରୀ ଜମିକୁ କରୁଛନ୍ତି କବଜା ।ବୌଦ୍ଧ ଜିଲ୍ଲାର ସଦର ତହସିଲ ଅନ୍ତର୍ଗତ ବାଉଁଶୁଣୀ ଆରଆଇ ସର୍କଲରେ ଏଭଳି ଜବରଦଖଲ ସମସ୍ୟା ସବୁଠାରୁ ଅଧିକ ଉଦବେଗ ଜନକ ହୋଇପଡିଛି । ଗରିବ ତଥା ନିରୀହ ପରିବାରଙ୍କ ନିକଟରେ ଭିଟାମାଟି କିମ୍ବା ଚାଷ ପାଇଁ ଆଦୌ ଜମି ନଥିବା ବେଳେ ଜମି ମାଫିଆଙ୍କ ହାତରେ ରହିଛି ଅନେକ ସରକାରୀ ଜମି ।

ଜମି ମାଫିଆଙ୍କ କବଜ୍ଜାରେ ସରକାରୀ ଜମି!

ଅନେକ ସ୍ଥାନରେ ଅନାବାଦୀ ଜମି ଏପରିକି ଗୋଚର ଜମିକୁ ହଡପ ପାଇଁ ମସୁଧା ହେଉଥିବା ଅଭିଯୋଗ ହୋଇଛି । ବାଉଁଶୁଣୀ ଆରଆଇ ସର୍କଲ ଅଧିନରେ ଥିବା ତାଳସରଡା ପଞ୍ଚାୟତର ଅନେକ ସ୍ଥାନରେ ଏଭଳି ଜବରଦଖଲ ସମସ୍ୟାକୁ ନେଇ ଅଞ୍ଚଳବାସୀ ବୌଦ୍ଧ ତହସିଲଦାର ଓ ଜିଲ୍ଲାପାଳଙ୍କୁ ଗୁହାରି କରିଛନ୍ତି । ଏନେଇ କୌଣସି ସୁଫଳ ମିଳି ନାହିଁ । ଫଳରେ ଆଗାମୀ ଦିନରେ ଏହି ଜନ ଅସନ୍ତୋଷ ଆନ୍ଦୋଳନର ରୂପ ଧାରଣ କରିବେ ବୋଲି ଚେତାବନୀ ଦିଆଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Sep 2, 2021, 12:42 PM IST

ABOUT THE AUTHOR

...view details