ଓଡିଶା

odisha

By

Published : Feb 13, 2022, 10:19 PM IST

ETV Bharat / state

Panchayat Election: ବ୍ୟାଙ୍କ ଚାକିରି ଛାଡି ନିର୍ବାଚନ ମୈଦାନରେ ମହିଳା ପ୍ରାର୍ଥୀ

ବ୍ୟାଙ୍କ ଚାକିରି ଛାଡି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରଣାଙ୍ଗନରେ ମହିଳା ପ୍ରାର୍ଥୀ । ଅଧିକ ପଢନ୍ତୁ

ବ୍ୟାଙ୍କ ଚାକିରି ଛାଡି ନିର୍ବାଚନ ମୈଦାନରେ ମହିଳା ପ୍ରାର୍ଥୀ
ବ୍ୟାଙ୍କ ଚାକିରି ଛାଡି ନିର୍ବାଚନ ମୈଦାନରେ ମହିଳା ପ୍ରାର୍ଥୀ

ବୌଦ୍ଧ: ବ୍ୟାଙ୍କ ଚାକିରି ଛାଡି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରଣାଙ୍ଗନରେ ମହିଳା ପ୍ରାର୍ଥୀ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ପୁରାତନ ବିଳାସପୁର ପଞ୍ଚାୟତ । ଏଠାରୁ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଦିବାସୀ ମହିଳାଙ୍କ ପାଇଁ ଆସନ ସଂରକ୍ଷିତ ରହିଥିବାବେଳେ ଏଠାରେ 6 ଜଣ ମହିଳା ସରପଞ୍ଚ ପଦବୀ ପାଇଁ ପ୍ରଚାର ଅଭିଯାନକୁ ଯୋରଦାର କରିଛନ୍ତି ।

ବ୍ୟାଙ୍କ ଚାକିରି ଛାଡି ନିର୍ବାଚନ ମୈଦାନରେ ମହିଳା ପ୍ରାର୍ଥୀ

ସେମାନଙ୍କ ମଧ୍ୟରୁ ପ୍ରିୟଙ୍କା ସୁନା ନାମକ ଜଣେ ମହିଳା ପ୍ରାର୍ଥୀ ବେଶ ଚର୍ଚ୍ଚାରେ ଅଛନ୍ତି । କାରଣ ପ୍ରିୟଙ୍କା ଜଣେ ଉଚ୍ଚ ଶିକ୍ଷିତା ସହ ବ୍ୟାଙ୍କ ଚାକିରି ଛାଡି ଅଞ୍ଚଳର ବିକାଶ ପାଇଁ ରାଜନୀତି ମୈଦାନକୁ ଓହ୍ଲାଇଛନ୍ତି । ସେ ବିଜୟୀ ହେଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା କିଭଳି ବିଳାସପୁର ପଞ୍ଚାୟତର ସମସ୍ତ 16 ଟି ଓ୍ବାର୍ଡରେ ପହଞ୍ଚି ପାରିବ ସେନେଇ ଚେଷ୍ଟା କରିବେ ବୋଲି ଆଶା ପ୍ରକାଶ କରିଛନ୍ତି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details