ବୌଦ୍ଧ:ଗରିବ ଅସହାୟଙ୍କ ପାଇଁ ସରକାରଙ୍କ ମାଳମାଳ ଯୋଜନା । ହେଲେ ଏହା କେବଳ ନାଁକୁ ରହିଯାଇଛି । ବାରମ୍ବାର ପଞ୍ଚାୟତରେ ଗୁହାରି କରିବା ପରେ ବି ଆବାସ ଯୋଜନାରେ ଘର ଖଣ୍ଡେ ପାଉବା ସ୍ବପ୍ନ ହୋଇଛି । ଆମେ କହୁଛୁ ବୌଦ୍ଧ ଜିଲ୍ଲା ମୁର୍ଷୃଣ୍ଢି ପଞ୍ଚାୟତ ପଲାସ ଗ୍ରାମର ବୃଦ୍ଧା ଅମୃତ ସାହୁଙ୍କ କଥା ।
ସ୍ବାମୀଙ୍କର ଦେହାନ୍ତ ହେବା ପରେ ଘରେ ବୃଦ୍ଧାଙ୍କ ପରିବାର କହିଲେ ଆଉ କେହି ନାହାଁନ୍ତି । ନିଜ ଜୀବନ କାଳ ଭିତରେ ଭଲ ଘର ଖଣ୍ଡେ ପାଇବା ତାଙ୍କ ପାଇଁ ସ୍ବପ୍ନ ହୋଇଛି । ବାରମ୍ବାର ପଞ୍ଚାୟତରେ ଗୁହାରି କରିବା ପରେ ବି ତାଙ୍କ ମୁଣ୍ଡ ଉପରେ ଖଣ୍ଡେ ଛାତ ଘର ଦେଖି ପାରିଲେ ନାହିଁ ବୋଲି କହିଛନ୍ତି ଅମୃତ । ଘର ତ ଘର ଏ ପର୍ଯ୍ୟନ୍ତ ଆବାସ ଯୋଜନାରେ ମଧ୍ୟ ସାମିଲ ହୋଇନାହାନ୍ତି ।