ଓଡିଶା

odisha

ETV Bharat / state

ମୌଳିକ ସୁବିଧାରୁ ବଞ୍ଚିତ ନେନ୍ଦେନ ଗାଁ - boudh deprived from govt scheme

ବୌଦ୍ଧର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସରକାରୀ ଯୋଜନା ଅପହଞ୍ଚ । ଗାଁରେ ନାହିଁ ପକ୍କା ଘର, ଅଙ୍ଗନବାଡ଼ି କେନ୍ଦ୍ର । ମୌଳିକ ସୁବିଧାରୁ ବଞ୍ଚିତ ଆମ୍ବଝରୀ ପଞ୍ଚାୟତର ନେନ୍ଦେନ ଗ୍ରାମ ।ଅଧିକ ପଢନ୍ତୁ

ମୌଳିକ ସୁବିଧାରୁ ବଞ୍ଚିତ ନେନ୍ଦେନ ଗ୍ରାମବାସୀ
ମୌଳିକ ସୁବିଧାରୁ ବଞ୍ଚିତ ନେନ୍ଦେନ ଗ୍ରାମବାସୀ

By ETV Bharat Odisha Team

Published : Nov 25, 2023, 10:07 PM IST

ମୌଳିକ ସୁବିଧାରୁ ବଞ୍ଚିତ ନେନ୍ଦେନ ଗ୍ରାମବାସୀ

ବୌଦ୍ଧ:ସରକାର ରାଜ୍ୟର ବିକାଶ ପାଇଁ ବିଭିନ୍ନ ଯୋଜଜନା କରୁଥିବାବେଳେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ତାହା ପହଞ୍ଚି ପାରୁନାହିଁ । ବୌଦ୍ଧ ଜିଲ୍ଲାରେ ଆଜି ମଧ୍ୟ ଏଭଳି ଏକ ଗ୍ରାମ ରହିଛି ଯେଉଁଠାରେ ମୌଳିତ ସୁବିଧାରୁ ମଧ୍ୟ ବଞ୍ଚିତ ଲୋକେ । ଜିଲ୍ଲାର ଆଦିବାସୀ ଉପାନ୍ତ ଅଞ୍ଚଳ ନେନ୍ଦେନ ଗାଁରେ ଅପହଞ୍ଚ ସରକାରୀ ଯୋଜନା । ଗରିବ ହିତାଧିକାରୀଙ୍କୁ ଆଜି ପର୍ଯ୍ୟନ୍ତ ଆବାସ ଯୋଜନାରେ ସାମିଲ କରାଯାଇନଥିବା ବେଳେ ଲୋକମାନେ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି । ଏଠାରେ ପଞ୍ଚୁପାଣ୍ଡବଙ୍କ ପ୍ରସ୍ତର ପ୍ରତିମୂର୍ତ୍ତି ରହିଥିବା ବେଳେ ସରକାର ଏହାର ରକ୍ଷଣା ବେକ୍ଷଣା ପାଇଁ ଦୃଷ୍ଟି ଦେଉନଥିବା କହିଛନ୍ତି ବୁଦ୍ଧିଜୀବୀ ।

ବୌଦ୍ଧ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ ଆମ୍ବଝରୀ । ଆମ୍ବଝରୀ ପଞ୍ଚାୟତରେ ଶତକଡା ପ୍ରାୟ ୮୦ ଭାଗ କନ୍ଧ ସମ୍ପ୍ରଦାୟର ଆଦିବାସୀ ବସବାସ କରିଆସୁଛନ୍ତି ।ବଣ ଜଙ୍ଗଲ ଘେରା ଆମ୍ବଝରୀ ପଞ୍ଚାୟତର ଏକ ଉପାନ୍ତ ଅଞ୍ଚଳ ନେନ୍ଦେନ ଗ୍ରାମ । ନେନ୍ଦେନ ଗ୍ରାମରେ ପ୍ରାୟ ଅଧିବାସୀ କନ୍ଧ ସମ୍ପ୍ରଦାୟର ହୋଇଥିବା ବେଳେ ଗ୍ରାମରେ ଥିବା ପଞ୍ଚୁପାଣ୍ଡବଙ୍କ ପ୍ରସ୍ତର ପ୍ରତିମୂର୍ତ୍ତି ଏଠାକାର ସ୍ୱାତନ୍ତ୍ର ପରିଚୟ ହୋଇରହିଛି ।ବୌଦ୍ଧ ଯୁଗୀୟ ଏସବୁ ପ୍ରାଚୀନ ପ୍ରତିମୂର୍ତ୍ତି ସ୍ଥାନୀୟ କନ୍ଧ ସମ୍ପ୍ରଦାୟର ଆଦିବାସୀ ଅଧିବାସୀଙ୍କ ଦ୍ୱାରା ପୂଜିତ ହେଉଥିବା ବେଳେ ପ୍ରଶାସନିକ ଆନ୍ତରିକତା ଅଭାବରୁ ଏହି ସ୍ଥାନର ବିକାଶ କିମ୍ବା ପ୍ରଚାର ପ୍ରସାର ହୋଇପାରିନାହିଁ ।


ନେନ୍ଦେନ ଗ୍ରାମଟି ସମ୍ପୂର୍ଣ୍ଣ ଆଦିବାସୀ ଅଧ୍ୟୁଷିତ ଗ୍ରାମ ହୋଇଥିବା ବେଳେ ଏଠାରେ ସରକାରୀ ପକ୍କାଘର ସାତ ସପନ ହୋଇ ରହିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସମସ୍ୟା ହେତୁ ଏଠାରେ ଅଧିକାଂଶ ପରିବାର ଜରିପାଲ ଟଣା ନଚେତ ଭଙ୍ଗା ଦଦରା ଘରେ ରହିବାକୁ ବାଧ୍ୟ ହେଉଛନ୍ତି । ଏହି ଗାଁରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ ,ଏବଂ ପାନୀୟ ଜଳରୁ ବଞ୍ଚିତ ହୋଉଛନ୍ତି । ବଣ ଜଙ୍ଗଲ ହେତୁ ଗ୍ରାମରେ ସଦାସର୍ବଦା ବନ୍ୟଜନ୍ତୁ ଓ ବିଷଧର ସରୀସୃପଙ୍କ ଭୟ ଲାଗି ରହିଥାଏ । ବାରମ୍ବାର ଗ୍ରାମବାସୀ ସରକାରୀ ପକ୍କାଘର ପାଇଁ ଗୁହାରି କରି ଆସୁଥିଲେ ମଧ୍ୟ ଏନେଇ କୌଣସି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି ।


ଏହା ମଧ୍ୟ ପଢନ୍ତୁ.....ଆଦିବାସୀଙ୍କ ସ୍ବାର୍ଥ ରକ୍ଷା ନେଇ ରାଜ୍ୟପାଳଙ୍କୁ ଭେଟିଲା କଂଗ୍ରେସ

ଦୀର୍ଘ ଦିନ ହେଲା ଏକ ଅଙ୍ଗନବାଡି କେନ୍ଦ୍ର ଖୋଲିବାକୁ ଦାବି ହୋଇ ଆସୁଥିଲେ ମଧ୍ୟ ଏନେଇ କୌଣସି ଅଗ୍ରଗତି ହୋଇପାରି ନାହିଁ । ଫଳରେ ଗ୍ରାମର କୁନି କୁନି ପିଲାମାନଙ୍କୁ ପାହାଡି ଝରଣା ପାରି ହୋଇ ରାମେଶ୍ୱର ଗ୍ରାମରେ ଥିବା ଅଙ୍ଗନବାଡି କେନ୍ଦ୍ରକୁ ଯିବାକୁ ପଡୁଛି । ଏହାଛଡା ଏହି ଗ୍ରାମ ନିକଟରେ ସାଲୁଙ୍କୀ ନଦୀ ପ୍ରବାହିତ ହେଉଥିଲେ ମଧ୍ୟ ଗ୍ରାମବାସୀଙ୍କ ପାଇଁ ସ୍ୱଛ ପାନୀୟ ଜଳ ମୁନ୍ଦାଏ ଦିବା ସ୍ୱପ୍ନ ହୋଇ ରହିଛି । ତୁରନ୍ତ ଏହି ଆଦିବାସୀ ଅଧ୍ୟୁଷିତ ଗ୍ରାମର ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details