ଓଡିଶା

odisha

ETV Bharat / state

ଉପାନ୍ତ ଅଞ୍ଚଳରେ ବାଟ ହୁଡୁଛି ବିକାଶ - ଉପାନ୍ତ ଅଞ୍ଚଳରେ ବାଟ ହୁଡୁଛି ବିକାଶ

ବିକାଶ ଠାରୁ ଢେର ଦୂରରେ କନ୍ଧ ଘାଟିର ଅଧିବାସୀ । ସରକାରଙ୍କ ମାଳମାଳ ଯୋଜନା ଆଜି ମଧ୍ୟ ଏମାନଙ୍କ ପାଇଁ ଅପହଞ୍ଚ ହୋଇ ରହିଛି। ରାସ୍ତା ଠାରୁ ଆରମ୍ଭ କରି ବିଭିନ୍ନ ମୌଳିକ ସୁବିଧାରୁ ଗ୍ରାମବାସୀମାନେ ବଞ୍ଚିତ ରହିଛନ୍ତି। ଅଧିକ ପଢ଼ନ୍ତୁ

government scheme negligence in boudh
ଉପାନ୍ତ ଅଞ୍ଚଳରେ ବାଟ ହୁଡୁଛି ବିକାଶ

By

Published : Jul 2, 2022, 4:34 PM IST

Updated : Jul 3, 2022, 11:03 AM IST

ବୌଦ୍ଧ:ବିକାଶ ଠାରୁ ଢେର ଦୂରରେ କନ୍ଧ ଘାଟିର ଅଧିବାସୀ । ସରକାରଙ୍କ ମାଳମାଳ ଯୋଜନା ଆଜି ମଧ୍ୟ ଏମାନଙ୍କ ପାଇଁ ଅପହଞ୍ଚ ହୋଇ ରହିଛି। ରାସ୍ତାଠାରୁ ଆରମ୍ଭ କରି ବିଭିନ୍ନ ମୌଳିକ ସୁବିଧାରୁ ଗ୍ରାମବାସୀମାନେ ବଞ୍ଚିତ ରହିଛନ୍ତି।

ଉପାନ୍ତ ଅଞ୍ଚଳରେ ବାଟ ହୁଡୁଛି ବିକାଶ

ବୌଦ୍ଧ ଜିଲ୍ଲା ସଦର ବ୍ଲକ ଟିକରପଡା ପଞ୍ଚାୟତ ଅନ୍ତର୍ଗତ ଦମଣ୍ଡା ଓ୍ବାର୍ଡ । ଦମଣ୍ଡା ସହିତ ଲକଡପାଜୁ, ସାଲଦରଙ୍ଗା, ନୂଆସାହି,କୁଡାବାଲି ଭଳି ସାତ ଖଣ୍ଡ ଗ୍ରାମର ଅଧିବାସୀ ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି । ସମସ୍ତ ସମସ୍ୟାକୁ ଆଖି ଆଗରେ ରଖି ଗତ ପଞ୍ଚାୟତ ନିର୍ବାଚନରେ ଦମଣ୍ଡା ଓ୍ବାର୍ଡ ବାସୀ ଭୋଟ ବର୍ଜନ ମଧ୍ଯ କରିଥିଲେ। ସ୍ବାସ୍ଥ୍ୟ ସେବା, ଆବାସ ଯୋଜନା, ପାନୀୟ ଜଳ, ବିଦ୍ୟୁତ୍, ମୋବାଇଲ ନେଟୱର୍କ, ସାମାଜିକ ସୁରକ୍ଷା ଭଳି ବିଭିନ୍ନ ସୁବିଧା ଜିଲ୍ଲା ପ୍ରଶାସନ ଲୋକଙ୍କ ପାଖରେ ପହଞ୍ଚାଇବାରେ ବିଫଳ ହୋଇଛି । ଏହି ସବୁ ଅଞ୍ଚଳବାସୀ ଘାଟିରାସ୍ତାରେ ପାଦରେ ଚାଲି ଯିବାକୁ ପଡୁଛି । ସେପଟେ ବୌଦ୍ଧ ଜିଲ୍ଲା ପ୍ରଶାସନ ଅଞ୍ଚଳବାସୀଙ୍କୁ ସମାଜର ମୁଖ୍ୟ ଧାରାରେ ସାମିଲ କରିବା ପାଇଁ ପଦକ୍ଷେପ ନେଇଛି । ଗୁରୁଜୀମୁଣ୍ଡା ଗ୍ରାମ ନିକଟରେ ଲୋକଙ୍କୁ ଥଇଥାନ କରିବା ପାଇଁ ଉଦ୍ୟମ ହେଉଥିବା ସୂଚନା ମିଳିଛି ।

ଇଟିଭି ଭାରତ, ବୌଦ୍ଧ

Last Updated : Jul 3, 2022, 11:03 AM IST

ABOUT THE AUTHOR

...view details