ବୌଦ୍ଧ:ସୂଚନା ଫଳକରେ ସୀମିତ ପଞ୍ଚାୟତର ବିଭିନ୍ନ ପ୍ରକଳ୍ପ । ସମସ୍ତ ସରକାରୀ ଯୋଜନା ଗୁଡ଼ିକର ସୂଚନା ଫଳକ ଲାଗିଥିଲେ ମଧ୍ୟ ଏହାର କାର୍ଯ୍ୟର ବ୍ୟାପକ ଅନିୟମିତତା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବୌଦ୍ଧ ଜିଲ୍ଲାରେ ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ନେଇ ଜନ ଅସନ୍ତୋଷ ଦେଖାଯାଇଛି।
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ଲୁଣିବାହାଲ ପଞ୍ଚାୟତରେ ବିଭିନ୍ନ ଯୋଜନାରେ ବ୍ୟାପକ ଅନିୟମିତତା ନେଇ ବାରମ୍ବାର ଅଭିଯୋଗ ହୋଇ ଆସିଛି। ପଞ୍ଚାୟତ କାର୍ଯ୍ୟାଳୟକୁ ଭଲ ରାସ୍ତାଟିଏ ଆଜି ଯାଏ ହୋଇପାରି ନାହିଁ । ଲୁଣିବାହାଲ ଛକଠାରୁ ତାକୁଡ ଗ୍ରାମକୁ ଯିବା ପାଇଁ ମଧୁସୂଦନ ପୁର ଦେଇ ରାସ୍ତା ନିର୍ମାଣ ହୋଇଥିବା ଆରଡି ବିଭାଗ ପକ୍ଷରୁ ସୂଚନା ଫଳକ ଲଗାଯାଇଛି। ହେଲେ ସେଥିରେ ବ୍ୟାପକ ସମସ୍ୟା ରହିଥିବା ନେଇ ଅଭିଯୋଗ ହୋଇଛି ।