ବୌଦ୍ଧ: ବ୍ଲକ ସହକାରୀ ଯନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ମାମଲାକୁ ପାଞ୍ଚ ଦିନ ବିତି ସାରିଥିବା ବେଳେ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନଥିବାରୁ ଜିଲ୍ଲାର ସମସ୍ତ ବ୍ଲକରେ କର୍ମଚାରୀ ମାନେ କଲମଛାଡ ଆନ୍ଦୋଳନ ସହ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ସହକାରୀ ଯନ୍ତ୍ରୀ ସ୍ମୃତି ରଞ୍ଜନ ସେଠୀଙ୍କୁ ଗତ ପାଞ୍ଚ ଦିନ ପୂର୍ବରୁ ଶାସକ ବିଜେଡି ଦଳର କୃଷକ ମୋର୍ଚ୍ଚାର ଜିଲ୍ଲା ସଭାପତି ବିଲ କାରବାରକୁ ନେଇ ଭୁଜାଲିରେ ହାଣି ଦେଇଥିଲେ । ତେବେ ଏହି ଘଟଣାରେ କଣ୍ଟାମାଳ ଥାନାରେ ଅଭିଯୋଗ ପରେ ଜଣକୁ ଗିରଫ କରିଥିଲା ପୋଲିସ ।
ଯନ୍ତ୍ରୀଙ୍କୁ ଆକ୍ରମଣ ଘଟଣା: କଲମଛାଡ ଆନ୍ଦୋଳନ କଲେ ସରକାରୀ କର୍ମଚାରୀ - ବୌଦ୍ଧରେ କଲମଛାଡ ଆନ୍ଦୋଳନ କଲେ ସରକାରୀ କର୍ମଚାରୀ
ବ୍ଲକ ସହକାରୀ ଯନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ମାମଲାକୁ ପାଞ୍ଚ ଦିନ ବିତି ସାରିଥିବା ବେଳେ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନଥିବାରୁ ଜିଲ୍ଲାର ସମସ୍ତ ବ୍ଲକରେ କର୍ମଚାରୀ ମାନେ କଲମଛାଡ ଆନ୍ଦୋଳନ ସହ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ସହକାରୀ ଯନ୍ତ୍ରୀ ସ୍ମୃତି ରଞ୍ଜନ ସେଠୀଙ୍କୁ ଗତ ପାଞ୍ଚ ଦିନ ପୂର୍ବରୁ ଶାସକ ବିଜେଡି ଦଳର କୃଷକ ମୋର୍ଚ୍ଚାର ଜିଲ୍ଲା ସଭାପତି ବିଲ କାରବାରକୁ ନେଇ ଭୁଜାଲିରେ ହାଣି ଦେଇଥିଲେ । ଅଧିକ ପଢନ୍ତୁ
ଯନ୍ତ୍ରୀଙ୍କୁ ଆକ୍ରମଣ ଘଟଣା: କଲମଛାଡ ଆନ୍ଦୋଳନ କଲେ ସରକାରୀ କର୍ମଚାରୀ
ଅନ୍ୟପଟେ ମୁଖ୍ୟ ଅଭିଯୁକ୍ତ ସହ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ କଲମଛାଡ ଆନ୍ଦୋଳନ ଜାରି ରହିଛି । ଜିଲ୍ଲାର ତିନୋଟି ବ୍ଲକ ଆଗରେ ବ୍ଲକ କର୍ମଚାରୀଙ୍କ ସହ ଅନ୍ୟ ବିଭାଗରେ କର୍ମଚାରୀ ମଧ୍ୟ ସମର୍ଥନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଆନ୍ଦୋଳନକୁ ପାଞ୍ଚ ଦିନ ବିତିଥିବା ବେଳେ ଆଜି ବୌଦ୍ଧ ବ୍ଲକର ନବ ନିର୍ବାଚିତ ଅଧ୍ୟକ୍ଷ ପ୍ରତ୍ୟୁଷ ପ୍ରିୟଦର୍ଶୀ ରଥ ବୌଦ୍ଧ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଭେଟି ଏହାର ସମାଧାନ ପାଇଁ ଆଲୋଚନା କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ