ଓଡିଶା

odisha

ETV Bharat / state

ଏସଏଚଜି ଗ୍ରୁପର ଇନସୁରାନ୍ସ ଟଙ୍କା ହଡପ ଅଭିଯୋଗ - goat insurance problem in maoist area kuchuda

ବୌଦ୍ଧ ଜିଲ୍ଲାର ମାଓ ଅଧ୍ୟୁଷିତ ଆଢେଣୀଗଡ ପଞ୍ଚାୟତ ଅନ୍ତର୍ଗତ ଉପାନ୍ତ ଗ୍ରାମ କୁଚୁଡାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଛେଳି ଚାଷ ନିମନ୍ତେ ପ୍ରାଣୀଧନ ବିଭାଗର ପରାମର୍ଶ କ୍ରମେ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ମାଧପୁର ଶାଖାରୁ ଲୋନ କରିଥିଲେ । ଲୋନ ପରେ ଛେଳି ଘର ଠାରୁ ଆରମ୍ଭ କରି ଜମିପଟ୍ଟା ସହିତ ସମସ୍ତ ଛେଳିର ଇନସୁରାନ୍ସ ମଧ୍ୟ କଲେ। ହେଲେ କୌଣସି କାରଣରୁ ଛେଳି ଗୁଡିକ ସବୁ ମରିଗଲେ । ଅଧିକ ପଢନ୍ତୁ .....

Boudh SHG group
ଏସଏଚଜି ଗ୍ରୁପର ଇନସୁରାନ୍ସ ଟଙ୍କା ହଡପ ଅଭିଯୋଗ

By

Published : Jan 20, 2020, 2:00 PM IST

ବୌଦ୍ଧ: ମାଓ ଅଧ୍ୟୁଷିତ ଅଞ୍ଚଳରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ପ୍ରତାରଣା ଅଭିଯୋଗ । ଏକାଧିକ ଗୋଷ୍ଠୀର ମହିଳାଙ୍କ ଠାରୁ ଇନସୁରାନ୍ସ ଟଙ୍କା ନେଇ ମଧ୍ୟ କଲବଲ କରୁଛନ୍ତି ସରକାରୀ ବାବୁ । ବୌଦ୍ଧ ଜିଲ୍ଲାର ମାଓ ଅଧ୍ୟୁଷିତ ଆଢେଣୀଗଡ ପଞ୍ଚାୟତ ଅନ୍ତର୍ଗତ ଉପାନ୍ତ ଗ୍ରାମ କୁଚୁଡାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଇନସୁରାନ୍ସ ଟଙ୍କା ହଡପ ଅଭିଯୋଗ ହୋଇଛି ।

ସୂଚନା ମୁତାବକ ଆଦିବାସୀ ଅଧ୍ୟୁଷିତ ଏହି ଜଙ୍ଗଲ ଘେରା ଗ୍ରାମରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଛେଳି ଚାଷ ନିମନ୍ତେ ପ୍ରାଣୀଧନ ବିଭାଗର ପରାମର୍ଶ କ୍ରମେ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ମାଧପୁର ଶାଖାରୁ ଲୋନ କରିଥିଲେ । ଲୋନ ପରେ ଛେଳି ଘର ଠାରୁ ଆରମ୍ଭ କରି ଜମିପଟ୍ଟା ସହିତ ସମସ୍ତ ଛେଳିର ଇନସୁରାନ୍ସ ମଧ୍ୟ କଲେ। ସରକାରୀ ବାବୁଙ୍କ କହିବା ମୁତାବକ ଟଙ୍କା ମଧ୍ୟ ପ୍ରଦାନ ହେଲା। କିଛିଦିନ ଛେଳି ଚାଷ କରି ଟ୍ୟାଗିଙ୍ଗ ସହିତ ବ୍ୟାଙ୍କ ଋଣ ପରିଶୋଧ ଅଧାଅଧି କଲେ। କିନ୍ତୁ ପ୍ରାଣୀଧନ ବିଭାଗର ଅସହଯୋଗରୁ ଛେଳିମାନେ ରୋଗରେ ଆକ୍ରାନ୍ତ ହୋଇ ସବୁ ମରିଗଲେ ।

ଏସଏଚଜି ଗ୍ରୁପର ଇନସୁରାନ୍ସ ଟଙ୍କା ହଡପ ଅଭିଯୋଗ

ପୁଣି ଗୋଷ୍ଠୀର ସଦସ୍ୟମାନେ ସରକାରୀ ବାବୁଙ୍କୁ ନେହୁରା ହୋଇ ଛେଳି ଇନସୁରାନ୍ସ କଥା କହି ଏହାର ବିଚାର ନିମନ୍ତେ ଗୁହାରୀ କରିଥିଲେ। ଏହାପରେ ବିଭାଗୀୟ ଅଧିକାରୀ, ଛେଳି ଇନସୁରାନ୍ସ ହୋଇଛି ଓ ବ୍ୟାଙ୍କକୁ କାଗଜପତ୍ର ପଠାଯାଇଛି କହି ଛୁ ମାରିଲେ। ଏବେ କିନ୍ତୁ ବ୍ୟାଙ୍କ ପକ୍ଷରୁ ଋଣ ପରିଶୋଧ ପାଇଁ ଗାଁରେ ନୋଟିସ ମାରିଲାଣି। ସେପଟେ କେବଳ ଗଙ୍ଗା ଯମୁନା ଏସଏଚଜି ଗ୍ରୁପର ମୂଳ ଋଣ ୨ ଲକ୍ଷ ୯୨ ହଜାର ଟଙ୍କା, ବର୍ତ୍ତମାନ ୬ ଲକ୍ଷ ୭୦ ହଜାର ଟଙ୍କାରେ କିଭଳି ପହଞ୍ଚିଲା ସେନେଇ ପ୍ରଶ୍ନ କରିଛନ୍ତି ମହିଳା।

ତେବେ ଏହି ଘଟଣାରେ କେଉଁଠି ତ୍ରୁଟି ରହିଛି ତାହା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଚିନ୍ତାରେ ପକାଇଛି। ଏନେଇ ମହିଳାମାନେ ବୌଦ୍ଧ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅଭିଯୋଗ କରି ଏହାର ତଦନ୍ତ ପାଇଁ ଦାବି କରିଛନ୍ତି। ଏ ଘଟଣାରେ ପ୍ରାଣୀଧନ ବିଭାଗ ଓ ସମ୍ପୃକ୍ତ ବ୍ୟାଙ୍କର ଭୂମିକା ସନ୍ଦେହ ଘେରକୁ ଚାଲି ଆସିଛି । ଏହାର ପ୍ରଶାସନ ତଦନ୍ତ କରି ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details