ବୌଦ୍ଧ:ଜିଲ୍ଲା ସ୍ତରୀୟ ଗୋ ସମ୍ବର୍ଦ୍ଧନା ଉତ୍ସବ ମହାଆଡମ୍ବର ସହକାରେ ପାଳିତ ହୋଇଛି । କିନ୍ତୁ ସମସ୍ୟା ଘେରରେ ଥିବା ଗୋପାଳକଙ୍କ ମଧ୍ୟରେ ଆଦୌ ଉତ୍ସାହ ପରିଲକ୍ଷିତ ହୋଇନାହିଁ ।
ସୋମବାର ଦିନ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଲୁଣିବାହାଲ ପଞ୍ଚାୟତ ଠାରେ ଜିଲ୍ଲା ପ୍ରାଣୀଧନ ବିଭାଗ ପକ୍ଷରୁ ଗୋ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ବୌଦ୍ଧ ବିଧାୟକ, ଜିଲ୍ଲାପାଳ, ଜିଲ୍ଲା ପରିଷଦ ଅଧ୍ୟକ୍ଷା, ପ୍ରାଣୀଧନ ଅଧିକାରୀ ପ୍ରମୁଖ ଯୋଗ ଦେଇ ଗୋମାତା ପୂଜନ କରିଥିଲେ । କିନ୍ତୁ ଆଶ୍ଚର୍ଯ୍ୟର ଉକ୍ତ ହରଭଙ୍ଗା ବ୍ଲକରେ ମାସେ କିମ୍ବା ବର୍ଷେ ନୁହେଁ ଦୀର୍ଘ 14 ବର୍ଷ ହେଲା ପ୍ରାଣୀଧନ ଚିକିତ୍ସକ ଆଦୌ ନାହାନ୍ତି । ଫଳରେ ଉତ୍ସବ ସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେବା ସହ ଗୋପାଳକଙ୍କ ତୀବ୍ର ଅସନ୍ତୋଷ ପ୍ରକାଶ କରି ଫେରିଥିଲେ । ବାଇଶ ଗୋଟି ପଞ୍ଚାୟତକୁ ନେଇ ଗଠିତ ହରଭଙ୍ଗା ବ୍ଲକରେ ଅଧିକାଂଶ ପ୍ରାଣୀଧନ ଚିକିତ୍ସା କେନ୍ଦ୍ରରେ ତାଲା ଝୁଲି ରହୁଥିବାବେଳେ ବୀରନରସିଂପୁର ଭଳି କେନ୍ଦ୍ର ନିର୍ମାଣ ଦିନ ଠାରୁ ଆଦୌ ତାଲା ଖୋଲାଯାଇ ନାହିଁ ।