ଓଡିଶା

odisha

ETV Bharat / state

ନିର୍ବାଚନ ପୂର୍ବରୁ ବୌଦ୍ଧରୁ ଜିଲେଟିନ ଜବତ, ଜଣେ ଗିରଫ - ବଢୁଛି ନିର୍ବାଚନୀ ହିଂସା

ବୌଦ୍ଧ ଜିଲ୍ଲା ଶୁଣ୍ଢିପଦର ପଞ୍ଚାୟତରେ ବଢୁଛି ନିର୍ବାଚନୀ ହିଂସାକାଣ୍ଡ । ନିର୍ବାଚନପୂର୍ବରୁ ଜବତ ହେଲା ୯୪ଟି ପ୍ରତିବନ୍ଧିତ ଜିଲେଟିନ । ଅଧିକ ପଢନ୍ତୁ

ବଢୁଛି ନିର୍ବାଚନୀ ହିଂସା, ନିର୍ବାଚନ ପୂର୍ବରୁ ଜବତ ହେଲା ୯୪ ଟି ପ୍ରତିବନ୍ଧିତ ଜିଲେଟିନ
ବଢୁଛି ନିର୍ବାଚନୀ ହିଂସା, ନିର୍ବାଚନ ପୂର୍ବରୁ ଜବତ ହେଲା ୯୪ ଟି ପ୍ରତିବନ୍ଧିତ ଜିଲେଟିନ

By

Published : Feb 9, 2022, 2:13 PM IST

ବୌଦ୍ଧ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଗାଁ ଗାଁରେ ଜୋରସୋର ଚାଲିଛି ନିର୍ବାଚନ ପ୍ରଚାର। ପଞ୍ଚାୟତ ନିର୍ବାଚନକୁ ନେଇ ବୌଦ୍ଧରେ ନିର୍ବାଚନୀ ଉଷ୍ଣତା ବଢିବା ସହ ବୃଦ୍ଧି ପାଉଛି ହିଂସାକାଣ୍ଡ । ଜିଲ୍ଲାର ସମସ୍ତ ୯ ଗୋଟି ଜିଲ୍ଲା ପରିଷଦ ଜୋନ ସହିତ ୬୯ ଗୋଟି ପଞ୍ଚାୟତରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ରହିଛି ରାଜନୀତି । ଗାଁ ଗାଁରେ ଭୋଜିଭାତ ଓ ମଦ ମାଂସର ଆସର ଜମୁଛି । ଯାହା ଉଭୟ ଜିଲ୍ଲା ଓ ପୋଲିସ ପ୍ରଶାସନର ମୁଣ୍ଡବିନ୍ଧା ସାଜିଛି ।

ବଢୁଛି ନିର୍ବାଚନୀ ହିଂସା, ନିର୍ବାଚନ ପୂର୍ବରୁ ଜବତ ହେଲା ୯୪ ଟି ପ୍ରତିବନ୍ଧିତ ଜିଲେଟିନ

ଏପଟେ ଶଗଡା ଫାଣ୍ଡି ଅନ୍ତର୍ଗତ ଚାଞ୍ଚେର ଗ୍ରାମର ଜନୈକ ଆଦିବାସୀ ନେତାଙ୍କ ଘରୁ ୯୪ ଟି ପ୍ରତିବନ୍ଧିତ ଜିଲେଟିନକୁ ଏସଓଜି ପକ୍ଷରୁ ଜବତ କରାଯିବା ସହ ସମ୍ପୃକ୍ତ ନେତାଙ୍କୁ ଗିରଫ ଘଟଣା ସାରା ଜିଲ୍ଲାରେ ଏବେ ଚର୍ଚ୍ଚାର ବିଷୟ ହୋଇଛି । ତେବେ ଏହି ବେଆଇନ କାରବାର ପଛରେ ମାଓବାଦୀଙ୍କ ସମ୍ପୃକ୍ତି ନା ଅନ୍ୟ କେଉଁ ଗୋଷ୍ଠୀର ସମ୍ପୃକ୍ତି ରହିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ପୋଲିସ ପକ୍ଷରୁ ଜିଲ୍ଲାର କେତେକ ସ୍ଥାନରେ ନିର୍ବାଚନ ପୂର୍ବରୁ ଫ୍ଲାଗ ମାର୍ଚ୍ଚ କରାଯାଇ ଥିବା ବେଳେ ଶୁଣ୍ଢିପଦର ଭଳି କେତେକ ପଞ୍ଚାୟତରେ ନିର୍ବାଚନ ପୂର୍ବରୁ ହିଂସାକାଣ୍ଡ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ହୋଇଛି । ତୁରନ୍ତ ସମ୍ବେଦନଶୀଳ ବୁଥ ଓ ସ୍ଥାନକୁ ଚିହ୍ନଟ କରାଯାଇ ଅଧିକ ପୋଲିସ ମୃତୟନ ସହିତ ସିସିଟିଭି ଲଗାଇବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details