ଓଡିଶା

odisha

ETV Bharat / state

ବାଉଁଶୁଣୀ ଲୋକ ମହୋତ୍ସବରେ ଫାଟିଲା ଗ୍ୟାସ ଟାଙ୍କି, 3 ଆହତ - gas tank blast

ବାଉଁଶୁଣୀ ଲୋକ ମହୋତ୍ସବରେ ଅଘଟଣ । ଗ୍ୟାସ ଟାଙ୍କି ଫାଟି 3 ଆହତ । ସେମାନଙ୍କ ମଧ୍ୟରୁ 2ଜଣ ଗୁରୁତର ହୋଇଥିବା ସୂଚନା । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

gas tank blast
ବାଉଁଶୁଣୀ ଲୋକ ମହୋତ୍ସବରେ ଫାଟିଲା ଗ୍ୟାସ ଟାଙ୍କି, 3 ଆହତ

By

Published : Feb 6, 2020, 10:52 PM IST

ବୌଦ୍ଧ: ବାଉଁଶୁଣୀ ଲୋକ ମହୋତ୍ସବରେ ଅଘଟଣ । ଗ୍ୟାସ ଟାଙ୍କି ଫାଟି 3ଜଣ ଆହତ ହୋଇଛନ୍ତି । ଆହତମାନେ ହେଲେ କନ୍ଧରିଆପଡାର ମାନସ ଭୋଇ, ବାଉରୀ ଝାରକଟାର ସୁନିଲ ଖଟୁଆ ଓ ଯମଘାଟିର ମକରଧ୍ବଜ ପ୍ରଧାନ । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ 2ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ସୋନପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ବାଉଁଶୁଣୀ ଲୋକ ମହୋତ୍ସବରେ ଫାଟିଲା ଗ୍ୟାସ ଟାଙ୍କି, 3 ଆହତ

ସୂଚନା ଅନୁସାରେ, ବାଉଁଶୁଣୀ ମେଳାର ଦ୍ବିତୀୟ ସନ୍ଧ୍ୟାରେ ସାଜସଜ୍ଜା ଚାଲିଥିବା ବେଳେ ହଠାତ୍ ଗ୍ୟାସ ଟାଙ୍କି ଫାଟିଥିଲା । ଫଳରେ ଘଟିଛି ଏହି ଅଘଟଣ । ଖବର ପାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details