ଓଡିଶା

odisha

ETV Bharat / state

ବିଭିନ୍ନ ଦାବି ନେଇ DRDA କାର୍ଯ୍ୟାଳୟ ସମ୍ମୁଖରେ ଗର୍ଜିଲା ଗାଁ ସାଥି ସଂଘ - boudh latest news

ବିଭିନ୍ନ ଦାବି ନେଇ ଗାଁ ସାଥୀ ସଂଘ ବୌଦ୍ଧ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପ୍ରଶାସନର ପ୍ରତ୍ୟେକ କାର୍ଯ୍ୟରେ ଗାଁ ସାଥିଙ୍କ ଭୂମିକା ରହୁଥିଲେ ମଧ୍ୟ ସେମାନଙ୍କୁ ଉପଯୁକ୍ତ ମାନ୍ୟତା ପ୍ରଦାନ କରାଯାଉ ନଥିବା ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

ବିଭିନ୍ନ ଦାବି ନେଇ ବୌଦ୍ଧ ଡିଆରଡିଏ କାର୍ଯ୍ୟାଳୟ ସମ୍ମୁଖରେ ଗର୍ଜିଲା ଗାଁ ସାଥି ସଂଘ
ବିଭିନ୍ନ ଦାବି ନେଇ ବୌଦ୍ଧ ଡିଆରଡିଏ କାର୍ଯ୍ୟାଳୟ ସମ୍ମୁଖରେ ଗର୍ଜିଲା ଗାଁ ସାଥି ସଂଘ

By

Published : Sep 30, 2020, 5:46 PM IST

Updated : Sep 30, 2020, 6:29 PM IST

ବୌଦ୍ଧ : ବିଭିନ୍ନ ଦାବିନେଇ ଗାଁ ସାଥି ସଂଘ ଜିଲ୍ଲା ପ୍ରକଳ୍ପ ନିର୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ଏନେଇ ଏକ ଦାବିପତ୍ର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ପ୍ରଦାନ କରାଯାଇଛି ।

ବିଭିନ୍ନ ଦାବି ନେଇ ବୌଦ୍ଧ ଡିଆରଡିଏ କାର୍ଯ୍ୟାଳୟ ସମ୍ମୁଖରେ ଗର୍ଜିଲା ଗାଁ ସାଥି ସଂଘ

ଗାଁ ସାଥିଙ୍କ ବିଭିନ୍ନ ସମସ୍ୟା ନେଇ ଗର୍ଜିଲା ସଂଘ । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ଶତାଧିକ ଗାଁ ସାଥି ଏକତ୍ରିତ ହୋଇ ବୌଦ୍ଧ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିଶେଷ ଭାବରେ ସେମାନଙ୍କୁ ପଶୁ ତୁଲ୍ୟ ବ୍ୟବହାର କରାଯାଇ ସେମାନଙ୍କ କୌଣସି ବିଧିବଦ୍ଧ ତାଲିକା ପ୍ରସ୍ତୁତ କରାଯାଉ ନଥିବାରୁ ଏନେଇ ଗଭୀର କ୍ଷୋଭ ପ୍ରକାଶ ପାଇଥିଲା । ଏନେଇ ସଂଘ ପକ୍ଷରୁ ବିଭାଗୀୟ ସଚିବଙ୍କ ଆଡକୁ ଆଙ୍ଗୁଠି ଉଠାଇଛନ୍ତି ।

ପ୍ରଶାସନର ପ୍ରତ୍ୟେକ କାର୍ଯ୍ୟରେ ଗାଁ ସାଥିଙ୍କ ଭୂମିକା ରହୁଥିଲେ ମଧ୍ୟ ସେମାନଙ୍କୁ ଉପଯୁକ୍ତ ମାନ୍ୟତା ପ୍ରଦାନ କରାଯାଉ ନଥିବା ସଂଘ ଅଭିଯୋଗ କରିଛି । ଆଜି ଜିଲ୍ଲାର ଶତାଧିକ ଗାଁ ସାଥି ଡିଆରଡିଏ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଏକ ଦାବିପତ୍ର ପ୍ରଦାନ କରିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Sep 30, 2020, 6:29 PM IST

ABOUT THE AUTHOR

...view details