ବୌଦ୍ଧ: ଲକଡାଉନ ସମୟରେ ଗଞ୍ଜେଇ ଚୋରା ଚାଲାଣ ସମ୍ପର୍କରେ ଇଟିଭି ଭାରତରେ ଖବର ପ୍ରସାରଣ ପରେ ଆକ୍ସନ ମୋଡକୁ ଆସିଛି ଅବକାରୀ ବିଭାଗ । ଗତ କିଛି ଦିନ ମଧ୍ୟରେ ଜିଲ୍ଲା ପୋଲିସ ଚୋରା ଗଞ୍ଜେଇ ଓ ମଦ ଧରିବାରେ ସକ୍ଷମ ହେଉଥିବା ବେଳେ ଅବକାରୀ ବିଭାଗ ନିଷ୍କ୍ରିୟତା କୁନେଇ ଖବର ପ୍ରସାରଣ ହୋଇଥିଲା । ଶୁକ୍ରବାର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଏକ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିବା ସହ ଜଣେ ବ୍ୟକ୍ତିକୁ ଗିରଫ କରିଛି ।
ଇଟିଭି ଭାରତର ପ୍ରଭାବ, ଆକ୍ସନ ମୋଡରେ ବୌଦ୍ଧ ଅବକାରୀ ବିଭାଗ - ଏକ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ,ଜଣେ ଗିରଫ
ଇଟିଭି ଭାରତର ପ୍ରଭାବ । ଲକଡାଉନ ସମୟରେ ଗଞ୍ଜେଇ ଚୋରା ଚାଲାଣ ସମ୍ପର୍କରେ ଇଟିଭି ଭାରତରେ ଖବର ପ୍ରସାରଣ ପରେ ଆକ୍ସନ ମୁଡରେ ଅବକାରୀ ବିଭାଗ । ଏକ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ,ଜଣେ ଗିରଫ । ଅଧିକ ପଢନ୍ତୁ.....
ଆକ୍ସନ ମୁଡରେ ବୌଦ୍ଧ ଅବାକାରୀ ବିଭାଗ
ଆକ୍ସନ ମୁଡରେ ବୌଦ୍ଧ ଅବାକାରୀ ବିଭାଗ
ସୂଚନା ମୁତାବକ ମନମୁଣ୍ଡା ଥାନା ଅନ୍ତର୍ଗତ ଦପଲା ଗାଁର ଜୁରମୁଣ୍ଡାରେ ଶୁକ୍ରାବାର ଅବକାରୀ ବିଭାଗ ଚଢ଼ାଉ କରି ଏକ କ୍ବିଣ୍ଟାଲ ଚାରି କେଜି ଗଞ୍ଜେଇ ଚାଲାଣ ପାଇଁ ପ୍ୟାକିଂ ହେଉଥିବା ସମୟରେ ତାକୁ ଜବତ କରାଯିବା ସହ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି । ଲକଡାଉନ ସମୟରେ ଗାଁର ରାସ୍ତାକୁ ବନ୍ଦ କରି ଗାଁ ମଧ୍ୟରେ ଏଭଳି ବେଆଇନ କାର୍ଯ୍ୟ ଏବେ ଚର୍ଚ୍ଚାର ବିଷୟ ହୋଇଛି । ତେବେ ସୂଚନା ଅନୁଯାୟୀ ଶହ ଶହ କ୍ବିଣ୍ଟାଲ ଗଞ୍ଜେଇ ଏବେ ଲକଡାଉନ ଯୋଗୁଁ ବାହାରକୁ ଚାଲାଣ ହୋଇ ନ ପାରି ପଡିରହି ଥିବା ଜଣା ପଡିଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ