ଓଡିଶା

odisha

ଶହ ଶହ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ଅବକାରୀ ଓ ପୋଲିସ ବିଭାଗ

ଶହ ଶହ ଏକର ଜଙ୍ଗଲ ଜମିରେ ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରିଛନ୍ତି ବୌଦ୍ଧ ଜିଲ୍ଲାର ଉଭୟ ଅବକାରୀ ଓ ପୋଲିସ ବିଭାଗ । ଅଧିକ ପଢନ୍ତୁ...

By

Published : Dec 27, 2020, 8:02 AM IST

Published : Dec 27, 2020, 8:02 AM IST

ଶହ ଶହ ଏକର ଗଞ୍ଜେଇ ଚାଷ ନଷ୍ଟ କଲେ ଅବକାରୀ ଓ ପୋଲିସ ବିଭାଗ
ଶହ ଶହ ଏକର ଗଞ୍ଜେଇ ଚାଷ ନଷ୍ଟ କଲେ ଅବକାରୀ ଓ ପୋଲିସ ବିଭାଗ

ବୌଦ୍ଧ:ଶହ ଶହ ଏକର ଜଙ୍ଗଲ ଜମିରେ ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରିଛନ୍ତି ଉଭୟ ଅବକାରୀ ଓ ପୋଲିସ ବିଭାଗ । ବୌଦ୍ଧ ଜିଲ୍ଲାରେ ଉଭୟ ବିଭାଗ ମିଶି ପ୍ରାୟ ଦୁଇ ହଜାର ଏକର ଏହି ବେଆଇନ ଗଞ୍ଜେଇ ଚାଷକୁ ବର୍ତ୍ତମାନ ସୁଦ୍ଧା ନଷ୍ଟ କରି ସାରିଥିବା ସୂଚନା ମିଳିଛି ।

ଶହ ଶହ ଏକର ଗଞ୍ଜେଇ ଚାଷ ନଷ୍ଟ କଲେ ଅବକାରୀ ଓ ପୋଲିସ ବିଭାଗ

ସୂଚନା ଅନୁଯାୟୀ, ଶୁକ୍ରବାର ମନମୁଣ୍ଡା ଥାନା ଅଧିନରେ ଶଗଡା ଫାଣ୍ଡି ଅନ୍ତର୍ଗତ ମାଳତୀଗୋଛାପଡା ଜଙ୍ଗଲ ଅଞ୍ଚଳରେ ପୋଲିସ ମିଳିତ ଚଢ଼ାଉ କରି 118 ଏକର ଗଞ୍ଜେଇ ଚାଷକୁ ନଷ୍ଟ କରିଥିଲା । ଶନିବାର ବୌଦ୍ଧ ପୋଲିସ ବଘିଆପଡା ଫାଣ୍ଡି ଅନ୍ତର୍ଗତ ଡଙ୍ଗାଖୋଲ ଜଙ୍ଗଲ ଅଞ୍ଚଳରେ ଚଢ଼ାଉ କରି 135 ଏକରରୁ ଉର୍ଦ୍ଧ୍ବ ଗଞ୍ଜେଇ ଚାଷକୁ ନଷ୍ଟ କରିଥିବା ସୂଚନା ମିଳିଛି ।

ସେପଟେ ଜିଲ୍ଲା ଅବକାରୀ ବିଭାଗ ମଧ୍ୟ ଗଛ କିଛି ଦିନ ମଧ୍ୟରେ ବିଭିନ୍ନ ଜଙ୍ଗଲରେ ମିଳିତ ଚଢ଼ାଉ କରି ପାଞ୍ଚ ଶହ ଏକରରୁ ଉର୍ଦ୍ଧ୍ବ ଗଞ୍ଜେଇ ଚାଷକୁ ନଷ୍ଟ କରିଛନ୍ତି । ତେବେ ହଜାର ହଜାର କୋଟି ଟଙ୍କାର ଗଞ୍ଜେଇ ଚାଷକୁ ନଷ୍ଟ କରାଯାଉଥିବା ସୂଚନା ମିଳୁଥିବା ବେଳେ ଏଭଳି କାର୍ଯ୍ୟ ପଛରେ କେତେକ ସରକାରୀ କର୍ମଚାରୀ ଓ ମାଫିଆଙ୍କ ମିଲି ଭଗତ ଥିବା ଜଣାପଡିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି,ଇଟିଭି ଭାରତ

ABOUT THE AUTHOR

...view details