ବୌଦ୍ଧ: ଲକଡାଉନରେ ବୌଦ୍ଧ ପୋଲିସକୁ ବଡ ସଫଳତା । ପିଆଜ ବୋଝେଇ ଟ୍ରକରୁ ବେଆଇନ ଗଞ୍ଜେଇ ଜବତ କରିଛି ପୋଲିସ ।
ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ପକ୍ଷରୁ ସୋମବାର ଗୋପାଳମାଳ ଛକରେ ଏକ ପିଆଜ ବୋଝେଇ ଟ୍ରକକୁ ଅଟକ ରଖାଯାଇଥିଲା । ଯାଞ୍ଚ ସମୟରେ ଟ୍ରକରୁ 11 କ୍ବିଣ୍ଟାଲ 20 କେଜି ବେଆଇନ ଗଞ୍ଜେଇ ଜବତ କରାଯାଇଛି । ଉକ୍ତ ଟ୍ରକଟି କନ୍ଧମାଳ ସୀମାନ୍ତରୁ ମଧ୍ୟପ୍ରଦେଶର ସାଗର ଅଞ୍ଚଳକୁ ଯାଉଥିବା ବେଳେ ସେଥିରେ ପିଆଜ ନାଁରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ପ୍ରାଥମିକ ତଦନ୍ତ ପରେ ପୋଲିସ ଜାଣିବାକୁ ପାଇଛି ।