ଓଡିଶା

odisha

ETV Bharat / state

ଫିଲ୍ମ ଷ୍ଟାଇଲରେ ହେଉଥିଲା ଗଞ୍ଜେଇ ଚାଲାଣ, ମାଡି ବସିଲା ପୋଲିସ - ଫିଲ୍ମ ଷ୍ଟାଇଲରେ ହେଉଥିଲା ଗଞ୍ଜେଇ ଚାଲାଣ

ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ନିଶାଦ୍ରବ୍ୟ କାରବାର । ଦୁଇଟି କାରରୁ ନବେ କେଜି ଗଞ୍ଜେଇ ଜବତ, ତିନି ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ

ଫିଲ୍ମ ଷ୍ଟାଇଲରେ ହେଉଥିଲା ଗଞ୍ଜେଇ ଚାଲାଣ, ମାଡି ବସିଲା ପୋଲିସ
ଫିଲ୍ମ ଷ୍ଟାଇଲରେ ହେଉଥିଲା ଗଞ୍ଜେଇ ଚାଲାଣ, ମାଡି ବସିଲା ପୋଲିସ

By

Published : Apr 1, 2022, 8:44 AM IST

ବୌଦ୍ଧ: ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ନିଶାଦ୍ରବ୍ୟ କାରବାର । ଦାମୀ କାରରେ ଅଭିନବ ଶୈଳୀରେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣକୁ ଧରିଛି ପୋଲିସ । ବୁଧବାର ବୌଦ୍ଧ ପୋଲିସ ବ୍ରାହ୍ମଣୀ ପାଲି ପଞ୍ଚାୟତ ରଙ୍ଗମାଟିଆ ଗାଁ ନିକଟରେ ଧରିଛି ଏକ ଗଞ୍ଜେଇ କାରବାର ।

ଫିଲ୍ମ ଷ୍ଟାଇଲରେ ହେଉଥିଲା ଗଞ୍ଜେଇ ଚାଲାଣ, ମାଡି ବସିଲା ପୋଲିସ

ଦୁଇଟି କାରରେ ଗଞ୍ଜେଇ ଲୋଡ ହୋଇ ଥିବା ବେଳେ ତାକୁ ସୁରକ୍ଷା ଦେବାକୁ ଆଉ ଏକ ବୁଲେଟ ପାଇଲଟିଂ କରୁଥିଲା । ପୁରା ଫିଲ୍ମ ଷ୍ଟାଇଲରେ ହେଉଥିଲା ଗଞ୍ଜେଇ ଚାଲାଣ । କିନ୍ତୁ ପଡିଗଲା ପୋଲିସ ହାବୁଡ଼ରେ । ଏହି କାରବାରରେ ସମୁଦାୟ ଚାରିଜଣ ଅଭିଯୁକ୍ତ ଥିବା ବେଳେ ତିନି ଜଣ ପୋଲିସ ହାତରେ ଧରାପଡିଥିବା ବେଳେ ଜଣେ ଫେରାର ହୋଇଯାଇଛି । ଦୁଇଟି କାରରୁ ନବେ କେଜି ଗଞ୍ଜେଇ ଜବତ ହେବା ସହିତ ଚାରିଟି ମୋବାଇଲ, ଗୋଟିଏ ବୁଲେଟ ଓ ଗୋଟିଏ ବନ୍ଧୁକ ପୋଲିସ ଜବତ କରିଥିବା ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି ପୋଲିସ ଏସଡିପିଓ ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details