ବୌଦ୍ଧ: ଗଞ୍ଜେଇ ଚାଷର ସାମ୍ରାଜ୍ୟ ପାଲଟିଛି ବୌଦ୍ଧ ଜିଲ୍ଲା । ଯେତେ ନଷ୍ଟ କଲେ ମଧ୍ୟ ହଜାର ହଜାର ହେକ୍ଟର ଅଞ୍ଚଳରେ ଆହୁରି ଗଞ୍ଜେଇ ଚାଷ ହେଉଛି । ଏକ ରିପୋର୍ଟ ମୁତାବକ ନଷ୍ଟ କରାଯାଉଥିବା ଗଞ୍ଜେଇ ସମୁଦାୟ ଚାଷର ମାତ୍ର ପ୍ରାୟ ପାଞ୍ଚ ପ୍ରତିଶତ ।
ବୌଦ୍ଧ ଜିଲ୍ଲାର ବଘିଆପଡା, ଟିକରପଡା, ଆମ୍ବଝରୀ, ଗୁନ୍ଦୁଳିଆ, ଶଗଡା, ଲମ୍ବସରୀ, ନାରାୟଣ ପ୍ରସାଦ ଭଳି ପଞ୍ଚାୟତର ଉପାନ୍ତ ଅଞ୍ଚଳରେ ହଜାର ହଜାର ହେକ୍ଟର ଜଙ୍ଗଲ ଜମିରେ ଗଞ୍ଜେଇ ଚାଷ ହେଉଛି । ଆହୁରି ମଧ୍ୟ ଏହି ବେଆଇନ ଚାଷ ଖୋଦ ଜଙ୍ଗଲ ବିଭାଗ, ଅବକାରୀ ବିଭାଗ, ପୋଲିସ ବିଭାଗ ଓ ରାଜସ୍ବ ବିଭାଗର କିଛି ଅସାଧୁ ସରକାରୀ କର୍ମଚାରୀଙ୍କ ଜ୍ଞାତସାରରେ ଚାଲୁଥିବା ଜଣାପଡିଛି । ପ୍ରାୟ ଦିନ ବିଭିନ୍ନ ଜଙ୍ଗଲରେ ଚଢ଼ାଉ କରାଯାଇ ଶହ ଶହ ଏକର ଜମିରେ ହୋଇଥିବା ଏହି ଗଞ୍ଜେଇ ଚାଷକୁ ନଷ୍ଟ କରାଯାଉଛି । ହେଲେ ଏହି ଚଢ଼ାଉ ଠାରୁ ଆହୁରି ଶହେ ଗୁଣାରୁ ଅଧିକ ଅଞ୍ଚଳରେ ବେଆଇନ କାରବାର ଚାଲିଥିବା ଜଣାପଡିଛି ।