ଓଡିଶା

odisha

By

Published : Sep 14, 2022, 10:21 PM IST

ETV Bharat / state

ବନ ବିଭାଗର ଅସାଧୁ କର୍ମାଚାରୀଙ୍କ ସହଯୋଗରେ ଚାଲିଛି ଗଞ୍ଜେଇ ଚାଷ !

ବୌଦ୍ଧ, ମନମୁଣ୍ଡା ଓ କଣ୍ଟାମାଳ ବନାଞ୍ଚଳରେ ଚାଲିଛି ବେଆଇନ ଗଞ୍ଜେଇଚାଷ । ବନ କର୍ମଚାରୀଙ୍କ ସହଯୋଗରେ ମାଫିଆମାନେ ବେଆଇନ ଗଞ୍ଜେଇଚାଷ କରୁଥିବା ନେଇ ଅଭିଯୋଗ ହୋଇ ଆସୁଛି । ତେବେ ଅଭିଯୋଗ ଆସିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଉଚ୍ଚ ଅଧିକାରୀ । ଅଧିକ ପଢନ୍ତୁ

ବନ ବିଭାଗର ଅସାଧୁ କର୍ମାଚାରୀଙ୍କ ସହଯୋଗରେ ଚାଲିଛି ଗଞ୍ଜେଇ ଚାଷ
ବନ ବିଭାଗର ଅସାଧୁ କର୍ମାଚାରୀଙ୍କ ସହଯୋଗରେ ଚାଲିଛି ଗଞ୍ଜେଇ ଚାଷ

ବୌଦ୍ଧ: ଜିଲ୍ଲାର ବିଭିନ୍ନ ସଂରକ୍ଷିତ ଜଙ୍ଗଲ ବର୍ତ୍ତମାନ ମାଫିଆଙ୍କ କବଜାରେ ରହିଛି । କେତେକ ଦୁର୍ନୀତି ଗ୍ରସ୍ତ ବନ କର୍ମଚାରୀଙ୍କ ଯୋଗୁଁ ଜିଲ୍ଲାରେ ଦିନକୁ ଦିନ ଜଙ୍ଗଲ ଅବକ୍ଷୟ ହେବା ସହିତ ବେଆଇନ ଗଞ୍ଜେଇ ଓ କପାଚାଷ ବୃଦ୍ଧି ପାଇବାରେ ଲାଗିଛି ।

ବନ ବିଭାଗର ଅସାଧୁ କର୍ମାଚାରୀଙ୍କ ସହଯୋଗରେ ଚାଲିଛି ଗଞ୍ଜେଇ ଚାଷ !
ଜିଲ୍ଲାର ବିଭିନ୍ନ ଜଙ୍ଗଲ ମାଫିଆଙ୍କ କବଜାରେ ରହିଛି । ଆଉ ଏଥିରେ କେତେକ ଦୁର୍ନୀତିଗ୍ରସ୍ତ ବନ କର୍ମଚାରୀ ମାଫିଆମାନଙ୍କୁ ଅହେତୁକ ସହଯୋଗ ମଧ୍ୟ ଯୋଗାଇ ଦେଉଛନ୍ତି । ବିଶେଷ ଭାବରେ ବୌଦ୍ଧ, ମନମୁଣ୍ଡା ଓ କଣ୍ଟାମାଳ ବନାଞ୍ଚଳର ବିଭିନ୍ନ ଜଙ୍ଗଲ ଅଞ୍ଚଳରେ ଦୁର୍ବୃତ୍ତ ଓ ମାଫିଆମାନେ ବନ କର୍ମଚାରୀଙ୍କ ସହଯୋଗରେ ବେଆଇନ ଗଞ୍ଜେଇ ଓ କପାଚାଷ କରୁଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଛି । ଏପରିକି କେତେକ ବନ କର୍ମଚାରୀ ଏହି ବେଆଇନ ଗଞ୍ଜେଇ କାରବାରରେ ଲିପ୍ତ ରହୁଥିବା ଅଭିଯୋଗ ହେଉଛି । ଏନେଇ ବନ ବିଭାଗର ରାଜ୍ୟ ସ୍ତରୀୟ ଅଧିକାରୀମାନେ ଉଦବେଗ ପ୍ରକାଶ କରିଛନ୍ତି । ବନ କର୍ମଚାରୀଙ୍କ ଏଭଳି ଅସାଧୁ କାର୍ଯ୍ୟକଳାପକୁ ନେଇ ଅଭିଯୋଗ ଆସିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ବନ ବିଭାଗର ଉଚ୍ଚ ଅଧିକାରୀ । ଜିଲ୍ଲାରେ ନୂଆ ଏସପିଙ୍କ ଯୋଗଦାନ ପରେ ଜିଲ୍ଲା ପୋଲିସ ଓ ଅବକାରୀ ବିଭାଗ ଚୋରା ଗଞ୍ଜେଇ ଚାଲାଣ ଧରିବାକୁ ପଦକ୍ଷେପ ନେଇଛନ୍ତି । ଗତକାଲି ବୌଦ୍ଧ ଥାନାର ପଛ ପାଖରୁ ଏକ କାର ସହିତ 120 କେଜି ଗଞ୍ଜେଇ ପୋଲିସ ଜବତ କରିଥିବା ସୂଚନା ମିଳିଛି । ସେପଟେ କିଛି ଅସାଧୁ ବନ କର୍ମଚାରୀ ଗଞ୍ଜେଇ ବେପାରୀଙ୍କୁ ଖସାଇବାକୁ ଗଳାବାଟ ଦେଖାଉଛନ୍ତି ।

ସେହିପରି ନିକଟରେ ଗଞ୍ଜେଇ ଚୋରା ଚାଲାଣ ବେଳେ ବୌଦ୍ଧ ପୁଲିସ ଦ୍ୱାରା ଜଣେ ଅଭିଯୁକ୍ତକୁ ଗିରଫ କରାଯିବା ସହ ୩୬ କେଜି ଗଞ୍ଜେଇ ଜବତ କରାଯାଇଛି । ବଘିଆପଡା ଫାଣ୍ଡି କର୍ମଚାରୀ ଏକ ବିଶେଷ ସୁତ୍ରରୁ ଖବର ପାଇ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିଲେ । ଜଣେ ବ୍ୟକ୍ତି କରଡାପଡା ଛକଠାରେ ଗଞ୍ଜେଇ ଚାଲାଣ ପାଇଁ ଠିଆ ହୋଇଥିଲେ । ଫାଣ୍ଡି କର୍ମଚାରୀ ଘଟଣାସ୍ଥଳକୁ ଯାଇ ଦେଖିବାରେ ଜଣେ ବ୍ୟକ୍ତି ଦୁଇଟି ବସ୍ତା ଧରି ଠିଆ ହୋଇଥିଲେ । ପୁଲିସ କର୍ମଚାରୀ ବସ୍ତା ଦୁଇଟିରୁ ୩୬ କେଜି ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲେ । ଏନେଇ ବୌଦ୍ଧ ଥାନାରେ ଏକ ମାମଲା ୨୪୯/୨୨ରେ ରୁଜୁ କରିବା ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details