ବୌଦ୍ଧ: ବର୍ଷିଆନ ସ୍ବାଧୀନତା ସଂଗ୍ରାମୀ ତଥା ବିଶିଷ୍ଟ ଶିକ୍ଷାବିତ ସୁଦାମ ଚରଣ ପ୍ରହରାଜଙ୍କ ପରଲୋକ ହୋଇଛି। ଭୁବନେଶ୍ବର ସ୍ଥିତ ବାସଭବନରେ ସେ ଗତକାଲି ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକପ୍ରକାଶ କରାଯାଇଛି।
ବୌଦ୍ଧ ଗଡଜାତ ଆନ୍ଦୋଳନରେ ସୁଦାମ ଚରଣ ପ୍ରହରାଜ ସିଧାସଳଖ ଜଡ଼ିତ ରହିବା ସହ ଶିକ୍ଷା ବିଭାଗର ସର୍ବୋଚ୍ଚ ଅଧିକାରୀ ରହିଥିଲେ ।
ଆରପାରିରେ ବର୍ଷିଆନ ସ୍ବାଧୀନତା ସଂଗ୍ରାମୀ ସୁଦାମ ପ୍ରହରାଜ ଜିଲ୍ଲାର ପଲସାଗୋରା ପଞ୍ଚାୟତ ଅନ୍ତର୍ଗତ ଧାନଖଣ୍ଡି ଗ୍ରାମରେ ୧୯୩୦ ମସିହାରେ ସୁଦାମ ଚରଣ ପ୍ରହରାଜ ଜନ୍ମଗ୍ରହଣ କରିଥିଲେ । ବୌଦ୍ଧ ଗଡଜାତର ସ୍ବାଧୀନତା ଆନ୍ଦୋଳନରେ ସକ୍ରିୟ ଅଂଶ ଗ୍ରହଣ କରି ତାଙ୍କୁ ବିଦ୍ୟାଳୟରୁ ବହିଷ୍କୃତ ହେବାକୁ ମଧ୍ୟ ପଡିଥିଲା। ସେ ପିଲାଟି ଦିନରୁ ଅତ୍ୟନ୍ତ ମେଧାବୀ ଛାତ୍ର ଥିଲେ। ବୌଦ୍ଧ ଗଡଜାତର ପ୍ରଥମ ବେଷ୍ଟ ଟେନଥ ଭାବରେ ଉତ୍ତୀର୍ଣ୍ଣ ହୋଇଥିଲେ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ