ବୌଦ୍ଧ: ସରିବାକୁ ବସିଲାଣି ଗ୍ରୀଷ୍ମ ଋତୁ । ହେଲେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଖୋଲା ଯାଇପାରିଲାନି ଜଳଛତ୍ର । ନିର୍ଦ୍ଦିଷ୍ଟ କେତେକ ପଞ୍ଚାୟତ ସହିତ ବୌଦ୍ଧ ପୌରାଞ୍ଚଳରେ ମଧ୍ୟ ଜଳଛତ୍ର ଖୋଲାଯାଇ ନଥିବାରୁ ଲୋକେ ପାନୀୟ ଜଳ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ସରିବାକୁ ବସିଲାଣି ଖରାଦିନ, ଖୋଲା ଯାଇପାରିଲାନି ଜଳଛତ୍ର - Cold Water Service
ଗ୍ରୀଷ୍ମ ଋତୁ ସରିବାକୁ ଥିବାବେଳେ ବୌଦ୍ଧ ଜିଲ୍ଲାର ଅଧିକାଂଶ ସ୍ଥାନରେ ଖୋଲା ଯାଇପାରିଲାନି ଜଳଛତ୍ର । ଫଳରେ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅଧିକ ପଢନ୍ତୁ...
![ସରିବାକୁ ବସିଲାଣି ଖରାଦିନ, ଖୋଲା ଯାଇପାରିଲାନି ଜଳଛତ୍ର ସରିବାକୁ ବସିଲାଣି ଖରାଦିନ, ଖୋଲା ଯାଇପାରିଲାନି ଜଳଛତ୍ର](https://etvbharatimages.akamaized.net/etvbharat/prod-images/768-512-7528010-thumbnail-3x2-bdh.jpg)
ସରିବାକୁ ବସିଲାଣି ଖରାଦିନ, ଖୋଲା ଯାଇପାରିଲାନି ଜଳଛତ୍ର
ସରିବାକୁ ବସିଲାଣି ଖରାଦିନ, ଖୋଲା ଯାଇପାରିଲାନି ଜଳଛତ୍ର
ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଜଳଛତ୍ର ଖୋଲିବା ପାଇଁ କଡା ତାଗିଦ ମଧ୍ୟ କରିଛନ୍ତି । ଜିଲ୍ଲା ସଦର ମହକୁମାରେ କେବଳ ବୌଦ୍ଧ ଥାନା ପକ୍ଷରୁ ବ୍ରିଜଛକ ନିକଟରେ ଜଳଛତ୍ର ଖୋଲା ଯାଇଥିବାବେଳେ ପୌର ପ୍ରଶାସନ ପକ୍ଷରୁ କିନ୍ତୁ ଜଳଛତ୍ର ଖୋଲାଯାଇ ନାହିଁ । ଏପରିକି ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ଥିବା ଥଣ୍ଡା ପାନୀୟ ଜଳ ପ୍ରକଳ୍ପଗୁଡିକ ମଧ୍ୟ ଏବେ ଅଚଳ ହୋଇ ପଡିରହିଛି ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ