ଓଡିଶା

odisha

ETV Bharat / state

ଗାଁ ଗାଁ ବୁଲି ଛାତ୍ରଛାତ୍ରୀଙ୍କୁ ମାଗଣାରେ ଚିତ୍ରାଙ୍କନ ସାମଗ୍ରୀ ବଣ୍ଟନ - Free distribution of drawing materials

ବୌଦ୍ଧ ଜିଲ୍ଲାରେ ସାଂସ୍କୃତିକ ଅନୁଷ୍ଠାନର ଅଭିନବ ପ୍ରୟାସ । ବିଭିନ୍ନ ଗାଁ ଗାଁ ବୁଲି ଛାତ୍ରଛାତ୍ରୀଙ୍କୁ ମାଗଣାରେ ଗପବହି ଓ ଚିତ୍ରାଙ୍କନ ଉପକରଣ ବଣ୍ଟନ କରୁଛନ୍ତି ସ୍ବେଚ୍ଛାସେବୀ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଗାଁ ଗାଁ ବୁଲି ଛାତ୍ରଛାତ୍ରୀଙ୍କୁ ମାଗଣାରେ ଚିତ୍ରାଙ୍କନ ସାମଗ୍ରୀ ବଣ୍ଟନ
ଗାଁ ଗାଁ ବୁଲି ଛାତ୍ରଛାତ୍ରୀଙ୍କୁ ମାଗଣାରେ ଚିତ୍ରାଙ୍କନ ସାମଗ୍ରୀ ବଣ୍ଟନ

By

Published : Apr 21, 2020, 12:37 AM IST

ବୌଦ୍ଧ: ସାଂସ୍କୃତିକ ଅନୁଷ୍ଠାନର ଅଭିନବ ପ୍ରୟାସ । ବିଭିନ୍ନ ଗାଁ ଗାଁ ବୁଲି ଛାତ୍ରଛାତ୍ରୀଙ୍କୁ ମାଗଣାରେ ଗପବହି ଓ ଚିତ୍ରାଙ୍କନ ଉପକରଣ ବଣ୍ଟନ କରୁଛନ୍ତି । ସେହିପରି କିଛି ସ୍ବେଚ୍ଛାସେବୀ ଜଣେ ହତ୍ୟାକାଣ୍ଡର ଶିକାର ବ୍ୟକ୍ତିର ମୃତଦେହକୁ ସଂସ୍କାର କରିଛନ୍ତି ।

ସ୍ବେଚ୍ଛାସେବୀ ଜଣେ ହତ୍ୟାକାଣ୍ଡର ଶୀକାର ବ୍ୟକ୍ତିର ମୃତଦେହକୁ ସଂସ୍କାର କରିଛନ୍ତି

ଲକଡାଉନ ସମୟରେ ଛାତ୍ରଛାତ୍ରୀଙ୍କ ମାନସିକତାକୁ ଲକ୍ଷ୍ୟ କରି ସେମାନଙ୍କୁ ଅଭିନବ ଶୈଳୀରେ ସାହାଯ୍ୟର ହାତ ବଢାଇଛି ସାଂସ୍କୃତିକ ଅନୁଷ୍ଠାନ । ବୌଦ୍ଧର ସାଂସ୍କୃତିକ ଅନୁଷ୍ଠାନ ପ୍ରଣାମ ପକ୍ଷରୁ ପ୍ରତ୍ୟେକ ଦିନ ବିଭିନ୍ନ ବଜାରରେ ଏହାର କର୍ମକର୍ତ୍ତା ମାନେ ସ୍ବଚ୍ଛତା ଓ ସାମାଜିକ ଦୂରତାକୁ ନେଇ ସଚେତନ କରୁଛନ୍ତି । ଏହାସହ ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣାରେ ମାସ୍କ, ଗପବହି ଓ ଚିତ୍ରାଙ୍କନ ଉପକରଣ ପ୍ରଦାନ କରୁଛନ୍ତି ।

ଗାଁ ଗାଁ ବୁଲି ଛାତ୍ରଛାତ୍ରୀଙ୍କୁ ମାଗଣାରେ ଚିତ୍ରାଙ୍କନ ସାମଗ୍ରୀ ବଣ୍ଟନ

ସେହିପରି ରବିବାର କାଶଲପୁର ହତ୍ୟାକାଣ୍ଡରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟ କେହି ନଆସିବାରୁ ବୌଦ୍ଧ ପୋଲିସର ସହାୟତାରେ ସତ୍ୟ ସାଇ ସେବା ସମିତିର ସଦସ୍ୟମାନେ ମୃତଦେହକୁ ରାଜଘାଟରେ ଅନ୍ତିମ ସଂସ୍କାର କରି ମାନବିକତାର ପରିଚୟ ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details