ବୌଦ୍ଧ:ପ୍ରାଥମିକ ଶିକ୍ଷକଙ୍କ ଓଟିଇଟି ସାର୍ଟିଫିକେଟରେ ବ୍ୟାପକ ଜାଲିଆତି ଅଭିଯୋଗ । ଘଟଣାରେ ଶିକ୍ଷା ବିଭାଗ ତଦନ୍ତ ଆରମ୍ଭ କରିଛି ।
ବୌଦ୍ଧ ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକରେ ଜାଲ ଓଟିଇଟି ପ୍ରମାଣପତ୍ର ଦାଖଲ କରି ଶିକ୍ଷକ ନିଯୁକ୍ତି ପାଇଥିବା ବାରମ୍ବାର ଅଭିଯୋଗ ପରେ ଶିକ୍ଷା ବିଭାଗ ଜାଗ୍ରତ ହୋଇଛି । ଘଟଣାର ତଦନ୍ତ ଆରମ୍ଭ କରିଛି ଶିକ୍ଷା ବିଭାଗ । ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଜିଲ୍ଲାର ତିନି ବ୍ଲକର 49 ଜଣ ଜାଲ ସାର୍ଟିଫିକେଟ ଧାରୀ ଶିକ୍ଷକଙ୍କ ତାଲିକା ପ୍ରସ୍ତୁତ କରାଯାଇଛି ।
ବୌଦ୍ଧ ଜାଲ ଓଟିଇଟି ସାର୍ଟିଫିକେଟ ଧାରୀ ଶିକ୍ଷକ ହେବେ ଧରା ତେବେ ବୌଦ୍ଧ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଏଭଳି ଜାଲ ସାର୍ଟିଫିକେଟ ଦ୍ବାରା ଚାକିରି ହାତେଇଥିବା ଜଣାପଡିଛି । ସେପଟେ ବୌଦ୍ଧ ଜିଲ୍ଲା ଗଠନର ଦୀର୍ଘ ବର୍ଷ ପରେ ପ୍ରଥମ ଥର ପାଇଁ ବରିଷ୍ଠ ଶିକ୍ଷକମାନଙ୍କୁ ଲେଭେଲ ଥାର୍ଡ ଉନ୍ନିତକୁ ରାଜ୍ୟ ଶିକ୍ଷକ ସଂଘ ସ୍ବାଗତ କରିଛି । ଏଥିସହିତ ଜିଲ୍ଲାର ଦୁଇ ଶହ ଲେଭେଲ ଫୋର୍ଥର ପଦୋନ୍ନତି ପାଇଁ ଦାବି କରାଯାଇଛି । ଏହି ଜାଲ ସାର୍ଟିଫିକେଟ ଦାଖଲକାରୀ ଶିକ୍ଷକଙ୍କୁ ଧରବା ପାଇଁ ଶିକ୍ଷା ବିଭାଗର ତଦନ୍ତ ଆରମ୍ଭ କରିଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ