ବୌଦ୍ଧ:ଜିଲ୍ଲାରେ ଏକା ସାଙ୍ଗରେ ଯାଇଛି ଚାରିଟି ଚାରିଟି ଜୀବନ । ଅପମୃତ୍ୟୁ ମାମଲା ରୁଜ୍ଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।
ଗୋଟିଏ ଦିନରେ ଚାରି ଚାରିଟି ଅପମୃତ୍ୟୁ, ପୋଲିସର ତଦନ୍ତ ଆରମ୍ଭ - four people died in boudh
ବୌଦ୍ଧ ଜିଲ୍ଲାରେ ଗୋଟିଏ ଦିନରେ ଚାରିଜଣଙ୍କର ଅକାଳ ମୃତ୍ୟୁ ହୋଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଅଧିକ ପଢନ୍ତୁ...
ବର୍ଷ ଶେଷ ହେବାକୁ ଆଉ ଗୋଟିଏ ଦିନ ବାକି ଥିବାବେଳେ ସବୁ ଆଡେ ଉତ୍ସାହ ଦେଖିବାକୁ ମିଳିଛି । ହେଲେ ବୌଦ୍ଧ ଜିଲ୍ଲାରେ ଗୋଟିଏ ଦିନରେ ଘଟିଛି ଚାରି ଚାରୋଟି ଅପମୃତ୍ୟୁ । ଜିଲ୍ଲାର ମନମୁଣ୍ଡା ଓ ବୌଦ୍ଧ ଥାନା ଅଞ୍ଚଳରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବଘିଆପଡା ଅଞ୍ଚଳର ଜଣେ ବୃଦ୍ଧଙ୍କର ଗାଧୋଇବାକୁ ଯାଇ ପାଣିରେ ବୁଡି ମୃ୍ତ୍ୟୁ ହୋଇଥିବା ବେଳେ ମନମୁଣ୍ଡା ଅଞ୍ଚଳର ଜଣେ ଅସହାୟ ବୃଦ୍ଧ ପ୍ରବଳ ଶୀତ ଯୋଗୁଁ ବୌଦ୍ଧ ଡାକ୍ତରଖାନାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ସେପଟେ ଗତ ଦୁଇ ଦିନ ପୂର୍ବରୁ ବଙ୍କାପଡା ଗ୍ରାମରୁ ନିଖୋଜ ଥିବା ବ୍ୟକ୍ତିଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଥିବା ବେଳେ ବୌଦ୍ଧ କାରାଗାରରେ ଜଣେ ଅନ୍ତେବାସୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ବର୍ଷ ଶେଷରେ ଗୋଟିଏ ଦିନରେ ଚାରି ଚାରୋଟି ମୃତ୍ୟୁ ସବୁଆଡେ ଚର୍ଚ୍ଚାର ବିଷୟ ହୋଇଛି । ସମସ୍ତ ମୃ୍ତ୍ୟୁ ନେଇ ଗୋଟିଏ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ