ଓଡିଶା

odisha

ETV Bharat / state

ସୋଲାର ପ୍ଲାଣ୍ଟ ନାଁରେ ଜଙ୍ଗଲ ନଷ୍ଟ କରୁଛି କମ୍ପାନୀ - ଆଦିତ୍ୟ ବିର୍ଲା କମ୍ପାନୀ ପ୍ରାୟ 35 ଏକର ଜମିରେ ସୋଲାର ପ୍ଲାଣ୍ଟ କାର୍ଯ୍ୟ ଆରମ୍ଭ

ଦେବଗଡ ଗାଁ ନିକଟରେ ଆଦିତ୍ୟ ବିର୍ଲା କମ୍ପାନୀ ପ୍ରାୟ 35 ଏକର ଜମିରେ ସୋଲାର ପ୍ଲାଣ୍ଟ କାର୍ଯ୍ୟ ଆରମ୍ଭ କରିଛି । ରବିବାର ସକାଳୁ ନିକଟସ୍ଥ ଗ୍ରାମ୍ୟ ଜଙ୍ଗଲରୁ କମ୍ପାନୀ ଜଙ୍ଗଲ ବିଭାଗର ଅସାଧୁ କର୍ମଚାରୀଙ୍କ ଜ୍ଞାତସାରରେ ଗଛ କାଟିଥିବା ଅଭିଯୋଗ କରିଥିଲେ ।

forest tree cutting for solar plant in debagarh
ସୋଲାର ପ୍ଲାଣ୍ଟ ନା ରେ ଗଛ କାଟିଦେଲା କମ୍ପାନୀ

By

Published : Dec 22, 2019, 11:36 PM IST

ବୌଦ୍ଧ: ବାମଣ୍ଡା ପଞ୍ଚାୟତ ଅନ୍ତର୍ଗତ ଦେବଗଡ ଗ୍ରାମରେ ଚାପ ଉତ୍ତେଜନା ସୃଷ୍ଟି ହୋଇଛି । ସୂଚନା ମୁତାବକ, ଦେବଗଡ ଗାଁ ନିକଟରେ ଆଦିତ୍ୟ ବିର୍ଲା କମ୍ପାନୀ ପ୍ରାୟ 35 ଏକର ଜମିରେ ସୋଲାର ପ୍ଲାଣ୍ଟ କାର୍ଯ୍ୟ ଆରମ୍ଭ କରିଛି । ରବିବାର ସକାଳୁ ନିକଟସ୍ଥ ଗ୍ରାମ୍ୟ ଜଙ୍ଗଲରୁ କମ୍ପାନୀ ଜଙ୍ଗଲ ବିଭାଗର ଅସାଧୁ କର୍ମଚାରୀଙ୍କ ଜ୍ଞାତସାରରେ ଗଛ କାଟିଥିବା ଅଭିଯୋଗ କରିଥିଲେ ।

ସୋଲାର ପ୍ଲାଣ୍ଟ ନା ରେ ଗଛ କାଟିଦେଲା କମ୍ପାନୀ

ଏପରିକି ପଥର ରଖି ରାସ୍ତା ଅବରୋଧ ମଧ୍ୟ କରିଛନ୍ତି । ଏଥିସହ କମ୍ପାନୀ ପକ୍ଷରୁ ଦିଆଯାଇଥିବା ପ୍ରତିଶୃତିରୁ ଓହରିଯିବା ସହ ଅଞ୍ଚଳର ଚାଷ ପାଇଁ ନିର୍ଭରଶୀଳ କେନାଲ ନାଳକୁ ମଧ୍ୟ ପୋତିଦେଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଏଠାକାର ଲୋକଙ୍କ ସରଳତାର ସୁଯୋଗ ନେଇ କମ୍ପାନୀ ଶାଗମାଛ ଦରରେ ଜମିକୁ ହାତେଇ ନେଇଛି । ଫଳରେ ଅଞ୍ଚଳରେ ତୀବ୍ର ଜନ ଅସନ୍ତୋଷ ସୃଷ୍ଟି ହୋଇଛି । ତୁରନ୍ତ ଏଦିଗରେ ପଦକ୍ଷେପ ନିଆ ନ ଗଲେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details