ଓଡିଶା

odisha

ETV Bharat / state

ଚୋରାକାଠ ମାଫିଆଙ୍କ ଆକ୍ରମଣରେ ଫରେଷ୍ଟଗାର୍ଡ ଗୁରୁତର, ନିଆଯାଉନି କାର୍ଯ୍ୟାନୁଷ୍ଠାନ - boudh Forest Guard

ବୌଦ୍ଧ ରେଘାମୁଣ୍ଡାରେ ଚୋରା କାଠ ଚାଲାଣ ମାଫିଆଙ୍କ ଆକ୍ରାଣମଣରେ ଫରେଷ୍ଟଗାର୍ଡ ଗୁରୁତର । ଏନେଇ ଥାନାରେ ଅଭିଯୋଗ ପରେ ବି କାର୍ଯ୍ୟନୁଷ୍ଠାନ ଶୂନ୍ୟ । ଏପଟେ ବିଭାଗ ମଧ୍ୟ କିଛି ପଦକ୍ଷେପ ଗ୍ରହଣ କରୁନି । ଅଧିକ ପଢନ୍ତୁ...

od_Forest Guard  injured
ଚୋରାକାଠ ମାଫିଆଙ୍କ ଆକ୍ରମଣରେ ଫରେଷ୍ଟଗାର୍ଡ ଗୁରୁତର

By

Published : May 2, 2020, 8:47 PM IST

ବୌଦ୍ଧ: ବନ କର୍ମଚାରୀଙ୍କୁ ଚୋରାକାଠ ମାଫିଆଙ୍କ ମରଣାନ୍ତକ ଆକ୍ରମଣ ଅଭିଯୋଗ । ଏ ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ ପରେ ମଧ୍ୟ ଅଭିଯୁକ୍ତଙ୍କୁ ଧରାଯାଉ ନଥିବାରୁ ଉଭୟ ପୋଲିସ ଓ ଜଙ୍ଗଲ ବିଭାଗର କାର୍ଯ୍ୟକାରିତା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏଭଳି ଘଟଣାଟ ବୌଦ୍ଧ ରେଘାମୁଣ୍ଡାରେ ଦେଖିବାକୁ ମିଳିଛି ।

ଚୋରାକାଠ ମାଫିଆଙ୍କ ଆକ୍ରମଣରେ ଫରେଷ୍ଟଗାର୍ଡ ଗୁରୁତର

ବୌଦ୍ଧ ବନଖଣ୍ଡ ବିଭାଗ ଅନ୍ତର୍ଗତ କଣ୍ଟାମାଳ ରେଞ୍ଜରେ ବାରମ୍ବାର ଚୋରାକାଠ ମାଫିଆଙ୍କ ଉପଦ୍ରବ ସମ୍ମୁଖକୁ ଆସୁଛି । ସ୍ଥାନୀୟ କିଛି ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କୁ ହାତ କରି ଏହି ଚୋରାକାଠ କାରବାରର ଏକ ଲମ୍ବା ରାକେଟ କାର୍ଯ୍ୟ କରୁଛି । ଗତ ଦୁଇଦିନ ତଳେ କଣ୍ଟାମାଳ ରେଞ୍ଜ ଅଧିନରେ ଥିବା ନାରାୟଣପ୍ରସାଦ ବିଟ ଅନ୍ତର୍ଗତ ରେଘାମୁଣ୍ଡା ଗ୍ରାମ ନିକଟରୁ ଏଭଳି ଚୋରାକାଠ ଚାଲାଣ ହେଉଥିବା ଖବର ପାଇ ସ୍ଥାନୀୟ ଫରେଷ୍ଟ ଗାର୍ଡ ଅତର୍କିତ ଚଢାଉ କରି କାଠକୁ ଧରିଥିଲେ । କିନ୍ତୁ ଏହାର ପରିଣାମ ସ୍ୱରୂପ ତାଙ୍କୁ ସେଠାରେ ମାଫିଆଙ୍କ ସମର୍ଥକ ମାନେ ଘେରିଯାଇ ମରଣାନ୍ତକ ଆକ୍ରମଣ କରିଥିଲେ ।

ବୌଦ୍ଧ ବନଖଣ୍ଡ ବିଭାଗ

ଫରେଷ୍ଟ ଗାର୍ଡ ଜଣଙ୍କ କୌଣସି ମତେ ବର୍ତ୍ତିଯାଇ ଏ ସମ୍ପର୍କରେ କଣ୍ଟାମାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । କିନ୍ତୁ ସମ୍ପୃକ୍ତ କର୍ମଚାରୀଙ୍କୁ ନା ଜଙ୍ଗଲ ବିଭାଗ ନା ପୋଲିସ, ସେହି ସହାୟତା କରୁନାହାନ୍ତି । ଆକ୍ରମଣ କରିଥିବା ମାଫିଆ ମାନେ ରାଜନୈତିକ ପୃଷ୍ଠପୋଷକ ହୋଇଥିବାରୁ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ଚର୍ଚ୍ଚା ହେଉଛି । ସେପଟେ ଗତ ଦୁଇ ଦିନ ମଧ୍ୟରେ ମନମୁଣ୍ଡା ରେଞ୍ଜରୁ ଚଢ଼ାଉ କରି ବ୍ୟାପକ ଚୋରା କାଠ ଗଣ୍ଡି ଓ ପଟା ଜବତ କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details