ଓଡିଶା

odisha

ETV Bharat / state

ଜଙ୍ଗଲ ନିଆଁକୁ ଆୟତ୍ତ କଲା ବିଭାଗ, ପୁଣି ରାତିରେ ଲାଗିଲା ନିଆଁ - ଜଙ୍ଗଲ ନିଆଁକୁ ଆୟତ୍ତ କଲା ବିଭାଗ

ବିଭାଗୀୟ ତତ୍ପରତାରେ ଦୀର୍ଘ 7 ଦିନର ପରିଶ୍ରମ ପରେ ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ୍ତ କରାଯାଇ ପାରିଛି । ସେପଟେ ପୁଣି ବୁଧବାର ରାତିରେ ଆଉ ତିନୋଟି ଜଙ୍ଗଲର ବିଭିନ୍ନ ଅଞ୍ଚଳରେ ନିଆଁ ଲାଗିଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ଜଙ୍ଗଲ ନିଆଁକୁ ଆୟତ୍ତ କଲା ବିଭାଗ, ପୁଣି ରାତିରେ ଲାଗିଲା ନିଆଁ
ଜଙ୍ଗଲ ନିଆଁକୁ ଆୟତ୍ତ କଲା ବିଭାଗ, ପୁଣି ରାତିରେ ଲାଗିଲା ନିଆଁ

By

Published : Mar 11, 2021, 12:23 PM IST

ବୌଦ୍ଧ: ବିଭାଗୀୟ ତତ୍ପରତାରେ ଦୀର୍ଘ 7 ଦିନର ପରିଶ୍ରମ ପରେ ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ୍ତ କରାଯାଇ ପାରିଛି । ସେପଟେ ପୁଣି ବୁଧବାର ରାତିରେ ଆଉ ତିନୋଟି ଜଙ୍ଗଲର ବିଭିନ୍ନ ଅଞ୍ଚଳରେ ନିଆଁ ଲାଗିଥିବା ସୂଚନା ମିଳିଛି । ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ 5 ଟି ବନାଞ୍ଚଳର ବିଭିନ୍ନ ଜଙ୍ଗଲରେ ଗତ 2 ତାରିଖରୁ ଲାଗିଥିବା ନିଆଁକୁ ଜଙ୍ଗଲ ବିଭାଗର ତ୍ବରିତ ପଦକ୍ଷେପ ଫଳରେ ରୋକାଯାଇ ପାରିଛି ।

ଜଙ୍ଗଲ ନିଆଁକୁ ଆୟତ୍ତ କଲା ବିଭାଗ, ପୁଣି ରାତିରେ ଲାଗିଲା ନିଆଁ

ବିଶେଷ ଭାବରେ ବୌଦ୍ଧ ଜିଲ୍ଲାର ମାଧପୁର ଓ ପୁରୁଣାକଟକ ବନାଞ୍ଚଳର 200ରୁ ଉର୍ଦ୍ଧ୍ବ ଜଙ୍ଗଲରେ ନିଆଁଲାଗିଥିଲା । ତେବେ ଜଙ୍ଗଲ ବିଭାଗର କର୍ମଚାରୀ, ଫାୟାର ସ୍କ୍ବାର୍ଡ, ବନ ସଂରକ୍ଷଣ ସମିତି ଓ ସ୍ଥାନୀୟ ସ୍ବେଚ୍ଛାସେବୀଙ୍କ ସହାୟତାରେ ନିଆଁକୁ ବ୍ୟାପିବାରୁ ରୋକାଯାଇ ପାରିଥିଲା । ଫଳସ୍ବରୂପ ବୁଧବାର ବୌଦ୍ଧ ଜଙ୍ଗଲ ଅଞ୍ଚଳରେ ଜିରୋ ଫାୟାର ପଏଣ୍ଟ ରହିଥିବା ବୌଦ୍ଧ ବନଖଣ୍ଡ ଅଧିକାରୀ ଇଟିଭି ଭାରତକୁ ସୂଚନା ଦେଇଛନ୍ତି । ସେପଟେ କଣ୍ଟାମାଳ ବନାଞ୍ଚଳର ଲମ୍ବସରୀ ପଞ୍ଚାୟତର ବାରଡୋଲ, ଟୁରିଦେଉଳ, ଶିମିଳିକଟା ଭଳି ଜଙ୍ଗଲର ବ୍ୟାପକ ଅଞ୍ଚଳରେ ନିଆଁ ଲାଗିଥିବା ସୂଚନା ମିଳିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details