ଓଡିଶା

odisha

By

Published : Apr 11, 2023, 3:32 PM IST

Updated : Apr 12, 2023, 11:50 AM IST

ETV Bharat / state

ଜଙ୍ଗଲ ମନ୍ତ୍ରୀଙ୍କ ଜିଲ୍ଲାରେ ବଢୁଛି ବନ୍ୟଜନ୍ତୁ ଶିକାର, ଆକ୍ସନ ମୁଡରେ ବନ ବିଭାଗ

ବୌଦ୍ଧରେ ବନ୍ୟଜନ୍ତୁ ଶିକାର ରୋକିବାକୁ କଠୋର ପଦକ୍ଷେପ ନେବ ବନ ବିଭାଗ । ଅଧିକ ପଢନ୍ତୁ

Etv Bharat
Etv Bharat

animal death rises in boudh forest

ବୌଦ୍ଧ:ଜଙ୍ଗଲ ମନ୍ତ୍ରୀଙ୍କ ଜିଲ୍ଲାରେ ଅସୁରକ୍ଷିତ ଜଙ୍ଗଲ ସମ୍ପଦ ଓ ବନ୍ୟପ୍ରାଣୀ । ଜଙ୍ଗଲ ମଧ୍ୟରେ କିଛି ମାଫିଆ ଗଛ କାଟି ଗଞ୍ଜେଇ ଚାଷ କରୁଥିବା ବେଳେ ଜନବସତି ମୁହାଁ ହେଉଛନ୍ତି ବନ୍ୟଜନ୍ତୁ। ଫଳରେ ବନ୍ୟଜନ୍ତୁ ଶିକାର ମଧ୍ୟ ହୋଇଛି। ଜଙ୍ଗଲ ମଧ୍ୟରେ ହେଉଥିବା ବେଆଇନ କାରବାର ପଛରେ ଏକ ବଡ ଧରଣର ରାକେଟ କାମ କରୁଥିବା ବେଳେ ଏଣିକି ବନ ବିଭାଗ କଠୋର ପଦକ୍ଷେପ ଗ୍ରହଣ କରିବ ବୋଲି ସୂଚନା ମିଳିଛି ।

ଜଙ୍ଗଲ ସମ୍ପଦ ଓ ବନ୍ୟପ୍ରାଣୀ ଙ୍କୁ ନେଇ ଜିଲ୍ଲାର ରହିଛି ସ୍ବତନ୍ତ୍ର ପରିଚୟ । ଘଞ୍ଚ ଅରଣ୍ୟ ରେ ଅନେକ ବିଲୁପ୍ତ ପ୍ରାୟ ବନ୍ୟଜନ୍ତୁ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ରହିଥିବା ବେଳେ ବିଶେଷ ଭାବରେ ଗ୍ରୀଷ୍ମ ଋତୁରେ ଏଭଳି ବନ୍ୟଜନ୍ତୁଙ୍କ ଶିକାର ହୋଇଥାଏ । ଜଙ୍ଗଲ ଅଞ୍ଚଳରେ ପାଣିର ଅଭାବ ସାଙ୍ଗକୁ ଖାଦ୍ୟ ର ଅଭାବ କାରଣରୁ ବନ୍ୟଜନ୍ତୁ ଜଳ ଉତ୍ସକୁ ଆସିବା ମାତ୍ରେ ଶିକାରୀଙ୍କ ହାବୁଡ଼ରେ ପଡି ପ୍ରାଣ ହରାଉଛନ୍ତି । ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ପାଞ୍ଚଟି ବନାଞ୍ଚଳରେ ଅନେକ ଜଙ୍ଗଲ ସମ୍ପଦ ଓ ବନ୍ୟପ୍ରାଣୀ ଭରପୁର ରହିଥିବା ବେଳେ ଗତକିଛି ବର୍ଷ ହେଲା ଶିକାରୀ ଓ ମାଫିଆଙ୍କ ଲୋଲୁପ ଦୃଷ୍ଟି ଜଙ୍ଗଲ ସମ୍ପଦ ଉପରେ ପଡିଛି ।ଏହାଛଡା ବେଆଇନ ଗଞ୍ଜେଇ ଚାଷ ମଧ୍ୟ ଏହା ଉପରେ ପ୍ରଭାବ ପକାଇବା ସହିତ ଜଙ୍ଗଲ ଅବକ୍ଷୟ ର କାରଣ ହୋଇଛି ।

ବିଶେଷ ଭାବରେ ବୌଦ୍ଧ, ମନମୁଣ୍ଡା ଓ କଣ୍ଟାମାଳ ବନାଞ୍ଚଳର ବିଭିନ୍ନ ଆଭ୍ୟନ୍ତରୀଣ ଜଙ୍ଗଲରେ ବ୍ୟାପକ ଗଛକଟା ସହିତ ଗଞ୍ଜେଇ ଚାଷ ମାଫିଆଙ୍କ ଦ୍ବାରା ହେଉଛି । ଜଙ୍ଗଲ ଅବକ୍ଷୟ ଯୋଗୁଁ ହାତୀ, ଭାଲୁ, ବାଘ, ବାରହା, ହରିଣ, ସମ୍ବର,ବଜ୍ରକାପ୍ତା ଭଳି ବନ୍ୟପ୍ରାଣୀ ବାସହରା ହୋଇ ଏଣେ ତେଣେ ବୁଲିବା ସହିତ ଜନବସତି ମୁହାଁ ହୋଇ ପଡୁଛନ୍ତି । ସେପଟେ ଏହାର ସୁଯୋଗ ନେଇ ଶିକାରୀ ମାନେ ବନ୍ୟଜନ୍ତୁଙ୍କ ମାଂସ, ଦାନ୍ତ, ନଖ,ହାଡ,ସିଙ୍ଗ, କାତି,ଚମଡା ପାଇଁ ନୀରିହ ବନ୍ୟପ୍ରାଣୀଙ୍କ ଶିକାର କରୁଛନ୍ତି ।

ବିଶେଷ ଭାବରେ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଜନସଚେତନତାର ଅଭାବ ତଥା ଅନ୍ଧବିଶ୍ୱାସ ଯୋଗୁଁ ଏଭଳି ଶିକାର ବୃଦ୍ଧି ପାଉଥିବା ସୂଚନା ମିଳିଛି । ବର୍ତ୍ତମାନ ଗ୍ରୀଷ୍ମ ଋତୁ ଯୋଗୁଁ ଜଙ୍ଗଲ ଭିତରେ ପାଣିର ଅଭାବ କାରଣରୁ ହାତୀ ଭଳି ଅନେକ ବନ୍ୟପ୍ରାଣୀ ଗାଁ ମୁହାଁ ହେଉଛନ୍ତି । ଫଳରେ ଉଭୟ ବନ୍ୟଜନ୍ତୁ ଓ ମଣିଷ ମୁହାଁମୁହିଁ ହେବାର ପରିସ୍ଥିତି ବାରମ୍ବାର ସୃଷ୍ଟି ହେଉଛି । ଆଭ୍ୟନ୍ତରୀଣ ଜଙ୍ଗଲରେ ବେଆଇନ ଗଞ୍ଜେଇ ଚାଷ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଦେଶୀ ବନ୍ଧୁକ ବ୍ୟବହାର ମଧ୍ୟ ବୃଦ୍ଧି ପାଉଛି । ତେବେ ଏନେଇ ବୌଦ୍ଧ ବନ ବିଭାଗ ସହିତ ବନ୍ୟପ୍ରାଣୀ ବିଭାଗ ଓ ଏସଟିଏଫ କଡା ନଜର ରଖିବା ସହିତ ବନ୍ୟଜନ୍ତୁ ଶିକାରୀ ଓ ମାଫିଆଙ୍କୁ କାବୁ କରୁଛି ।

ଚଳିତ ବର୍ଷ ଦଶରୁ ଉର୍ଦ୍ଧ୍ବ ଏଭଳି ଶିକାରୀ ଓ ବାଘଛାଲ ବେପାରୀଙ୍କୁ ଧରିବାରେ ଏସଟିଏଫ ଓ ବନ ବିଭାଗକୁ ସଫଳତା ମିଳିଛି । ଏହାଛଡା ବୌଦ୍ଧ ବନ ବିଭାଗ ଜଙ୍ଗଲ ଅଞ୍ଚଳରେ କୌଣସି ପ୍ରକାରର ସନ୍ଦେହ ଜନକ କାର୍ଯ୍ୟ କଳାପ ଉପରେ କଠୋର ନଜର ରଖିବା ସହିତ ବିଭିନ୍ନ ଦିଗ ଉପରେ ସ୍ବତନ୍ତ୍ର ଦୃଷ୍ଟି ରଖିଥିବା ବୌଦ୍ଧର ସହକାରୀ ବନ ସଂରକ୍ଷକ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ବୌଦ୍ଧ

Last Updated : Apr 12, 2023, 11:50 AM IST

ABOUT THE AUTHOR

...view details