ଓଡିଶା

odisha

ETV Bharat / state

ବିଭାଗୀୟ ଅଧିକାରୀଙ୍କ ଯୋଗୁଁ ଶ୍ରୀହୀନ ହୋଇଛି ଜଙ୍ଗଲ ସମ୍ପଦ - ଶ୍ରୀହୀନ ହୋଇଛି ଜଙ୍ଗଲ ସମ୍ପଦ

ବିଭାଗୀୟ ଅଧିକାରୀଙ୍କ ଅପାରଗତାରୁ ଧ୍ବଂସ ପାଉଛି ଜଙ୍ଗଲ । ଏଭଳି ଅଭିଯୋଗ କରିଛନ୍ତି ଖୋଦ ବନ ସୁରକ୍ଷା ସମିତିର ସଦସ୍ୟ । ଅଧିକ ଖବର ପଢନ୍ତୁ...

ବିଭାଗୀୟ ଅଧିକାରୀଙ୍କ ଯୋଗୁଁ ଶ୍ରୀହୀନ ହୋଇଛି ଜଙ୍ଗଲ ସମ୍ପଦ
ବିଭାଗୀୟ ଅଧିକାରୀଙ୍କ ଯୋଗୁଁ ଶ୍ରୀହୀନ ହୋଇଛି ଜଙ୍ଗଲ ସମ୍ପଦ

By

Published : Jan 30, 2020, 11:29 PM IST

ବୌଦ୍ଧ: ବିଭାଗୀୟ ଅଧିକାରୀଙ୍କ ଅପାରଗତାରୁ ଧ୍ବଂସ ପାଉଛି ଜଙ୍ଗଲ । ଏଭଳି ଅଭିଯୋଗ କରିଛନ୍ତି ଖୋଦ ବନ ସୁରକ୍ଷା ସମିତିର ସଦସ୍ୟ । ବର୍ଷ ବର୍ଷ ଧରି ଜଙ୍ଗଲ ସମ୍ପଦକୁ ପାଳି କରି ଜଗିଲେ । ଗାଁ ଲୋକଙ୍କ ଆବଶ୍ୟକ ଥିବା ଜାଳେଣି କାଠ ଆଣିବାକୁ ମଧ୍ୟ ବାରଣ କରି ଲୋକଙ୍କୁ ସଚେତନ କଲେ । ହେଲେ ଧିରେ ଧିରେ କାଠ ମାଫିଆଙ୍କ ଦୌରାତ୍ମ୍ୟରେ ଜଙ୍ଗଲ ପଦା ହେବାରେ ଲାଗିଲା ।

ବିଭାଗୀୟ ଅଧିକାରୀଙ୍କ ଯୋଗୁଁ ଶ୍ରୀହୀନ ହୋଇଛି ଜଙ୍ଗଲ ସମ୍ପଦ

ଆଉ ଏଥିରେ ମାଫିଆଙ୍କୁ ପୁରା ସହଯୋଗ କରି ପକେଟ ଗରମରେ ଲାଗି ପଡିଲେ ଜଙ୍ଗଲୀ ବାବୁ । ଏଭଳି ସାଙ୍ଘାତିକ ଅଭିଯୋଗ କରିଛନ୍ତି ଖୋଦ ଜଙ୍ଗଲ ସୁରକ୍ଷା ସମିତିର ସଦସ୍ୟ । ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ କଣ୍ଟାମାଳ ରେଞ୍ଜ ସଦର ଠାରୁ ମାତ୍ର ୫ କିମି ଦୂରରେ ଥିବା ଉଦେପୁର, ଡୁମାଲପାଲି ଭଳି ପ୍ରାୟ ପାଞ୍ଚ ଖଣ୍ଡ ଗ୍ରାମକୁ ଲାଗିଥିବା ଜଙ୍ଗଲ ଦିନେ ସବୁଜିମାରେ ଭରି ରହୁଥିବା ବେଳେ ବର୍ତ୍ତମାନ ଏହା ଶ୍ରୀହୀନ ହୋଇପଡିଛି ।

ଆଉ ଏଥିପାଇଁ ସ୍ଥାନୀୟ ଲୋକେ ଜଙ୍ଗଲ ବିଭାଗ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ଏ ସମ୍ପର୍କରେ ସେମାନେ ବାରମ୍ବାର ଗୁହାରୀ କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ସେମାନେ ଅଭିଯୋଗ କରିଛନ୍ତି । ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details