ଓଡିଶା

odisha

ETV Bharat / state

ସାମାଜିକ ବାସନ୍ଦ ଭୟରେ ଗାଁକୁ ନିଆଗଲାନି ମୃତଦେହ - for the social restriction

ଆଜୀବନ ସଜା କାଟୁଥିବା କଏଦୀର ମୃତ୍ୟୁ ପରେ ସାମାଜିକ ବାସନ୍ଦ ଭୟରେ ମୃତଦେହକୁ ଗାଁକୁ ନେଲେନି ପରିବାର । ସ୍ବେଚ୍ଛାସେବୀଙ୍କ ସହାୟତାରେ ମୃତଦେହକୁ ସତ୍କାର କରାଯାଇଛି । ଅଧିକ ପଢନ୍ତୁ...

for the social restriction deadbody is not allowed to the village
ସାମାଜିକ ବାସନ୍ଦ ଭୟରେ ଗାଁକୁ ନିଆଗଲାନି ମୃତଦେହ

By

Published : Dec 31, 2020, 10:06 PM IST

ବୌଦ୍ଧ: ଆଜୀବନ ସଜା କାଟୁଥିବା କଏଦୀର ମୃତ୍ୟୁ ପରେ ସାମାଜିକ ବାସନ୍ଦ ଭୟରେ ମୃତଦେହକୁ ଗାଁକୁ ନେଲେନି ପରିବାର । ସ୍ବେଚ୍ଛାସେବୀଙ୍କ ସହାୟତାରେ ମୃତଦେହକୁ ସତ୍କାର କରାଯାଇଛି ।

ସାମାଜିକ ବାସନ୍ଦ ଭୟରେ ଗାଁକୁ ନିଆଗଲାନି ମୃତଦେହ
ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଥାନା ଅଞ୍ଚଳର ଜନୈକ ବ୍ୟକ୍ତି କୌଣସି ଅପରାଧିକ ମାମଲାରେ ବୌଦ୍ଧ ଜେଲରେ ସଜା କାଟୁଥିଲେ । ତେବେ ଗତକାଲି ଉକ୍ତ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଯିବା ପରେ ବୌଦ୍ଧ ଠାରେ ମୃତଦେହ ବ୍ୟବଛେଦ କରାଯାଇଥିଲା ।

ତେବେ ଉକ୍ତ ମୃତଦେହକୁ ପରିବାର ଲୋକେ ସାମାଜିକ ବାସନ୍ଦ ଭୟରେ ଗାଁକୁ ନେଇନଥିଲେ । ଫଳରେ ସତ୍ୟସାଇ ସେବା ସଂଗଠନର ଯୁବ ସ୍ବେଚ୍ଛାସେବୀ ମୃତଦେହକୁ ବୌଦ୍ଧ ରାଜଘାଟରେ ସତ୍କାର କରିଥିଲେ ।

ସେହିପରି ଗୁରୁବାର ଜଣେ ଅସହାୟ ତଥା ଅଜଣା ବୃଦ୍ଧଙ୍କ ମୃତଦେହକୁ ମଧ୍ୟ ସଂଗଠନର କର୍ମକର୍ତ୍ତା ଦାହ କରିଥିଲେ । ଏଭଳି ସାମାଜିକ ବ୍ୟବସ୍ଥାକୁ ନେଇ ସ୍ବେଚ୍ଛାସେବୀ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ।



ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

ABOUT THE AUTHOR

...view details