ଓଡିଶା

odisha

ETV Bharat / state

ଓଡିଶାରେ ପ୍ରଥମ ଥର ପାଇଁ ଅକ୍ସି ଟୁରିଜିମର ପରିକଳ୍ପନା, ପର୍ଯ୍ୟଟକଙ୍କୁ କରିବ ଆକର୍ଷିତ - boudh

ଜିଲ୍ଲା ପ୍ରଶାସନର ଉଦ୍ୟମ କ୍ରମେ ଜିଲ୍ଲାର 22 ଗୋଟି ପ୍ରାକୃତିକ ସୌନ୍ଦର୍ଯ୍ୟ ପୂର୍ଣ୍ଣ ସ୍ଥାନକୁ ଚିହ୍ନଟ କରାଯାଇ ଓଡିଶାରେ ପ୍ରଥମ ଥର ପାଇଁ ଅକ୍ସି ଟୁରିଜିମର ପରିକଳ୍ପନା କରାଯାଇଛି । ଅଧିକ ପଢନ୍ତୁ...

ଓଡିଶାରେ ପ୍ରଥମ ଥର ପାଇଁ ଅକ୍ସି ଟୁରିଜିମର ପରିକଳ୍ପନା, ପର୍ଯ୍ୟଟକଙ୍କୁ କରିବ ଆକର୍ଷିତ
ଓଡିଶାରେ ପ୍ରଥମ ଥର ପାଇଁ ଅକ୍ସି ଟୁରିଜିମର ପରିକଳ୍ପନା, ପର୍ଯ୍ୟଟକଙ୍କୁ କରିବ ଆକର୍ଷିତ

By

Published : Jun 1, 2021, 8:37 AM IST

ବୌଦ୍ଧ: ମହାନଦୀର ଦକ୍ଷିଣ ତଟରେ ଅବସ୍ଥିତ ଐତିହାସିକ ମହତ୍ତ୍ଵ ବହନ କରୁଥିବା ଅଞ୍ଚଳ ବୌଦ୍ଧ ଜିଲ୍ଲା, ନିଜର ପ୍ରାକୃତିକ ବିଭବ କୁନେଇ ସଦାସର୍ବଦା ପର୍ଯ୍ୟଟକ ଓ ପ୍ରକୃତିପ୍ରେମୀଙ୍କ ପ୍ରଥମ ପସନ୍ଦ ହୋଇ ଆସିଛି । ମହାନଦୀରେ ନୌକା ବିହାର ହେଉ କିମ୍ବା ଜଙ୍ଗଲୀ ଝରଣାର ସେହି କୁଳୁକୁଳୁ ନାଦ ହେଉ, ସଦାସର୍ବଦା ପର୍ଯ୍ୟଟକଙ୍କୁ ବିମୋହିତ କରିଥାଏ । ବୌଦ୍ଧ ଜିଲ୍ଲାର କୋଣ ଅନୁକୋଣରେ ପ୍ରକୃତିରାଣୀ ତାର ଅପରୂପ ସୌନ୍ଦର୍ଯ୍ୟ ବିଛାଇ ରଖିଥିବା ବେଳେ ଆଧ୍ୟାତ୍ମିକ ଚେତନାର ପ୍ରାଣକେନ୍ଦ୍ର ପାଲଟିଛି ଜିଲ୍ଲା ।

ଓଡିଶାରେ ପ୍ରଥମ ଥର ପାଇଁ ଅକ୍ସି ଟୁରିଜିମର ପରିକଳ୍ପନା, ପର୍ଯ୍ୟଟକଙ୍କୁ କରିବ ଆକର୍ଷିତ

ତେବେ ଜିଲ୍ଲା ପ୍ରଶାସନର ଉଦ୍ୟମ କ୍ରମେ ଜିଲ୍ଲାର 22 ଗୋଟି ପ୍ରାକୃତିକ ସୌନ୍ଦର୍ଯ୍ୟ ପୂର୍ଣ୍ଣ ସ୍ଥାନକୁ ଚିହ୍ନଟ କରାଯାଇ ଓଡିଶାରେ ପ୍ରଥମ ଥର ପାଇଁ ଅକ୍ସି ଟୁରିଜିମର ପରିକଳ୍ପନା କରାଯାଇଛି । ଏଥିସହିତ ଓଡ଼ିଶାର ପ୍ରଥମ ପରିବେଶ ପାର୍କ ପାଇଁ ମଧ୍ୟ ଜିଲ୍ଲାର ବୀରନରସିଂପୁର ଅଞ୍ଚଳର ପାଞ୍ଚଟି ଗାଁ ନିକଟରେ ଥିବା 1507 ଏକର ସରକାରୀ ଜଙ୍ଗଲ ଅଞ୍ଚଳକୁ ଚିହ୍ନଟ କରାଯାଇ କାର୍ଯ୍ୟକାରୀ ହେବାକୁ ଯାଉଛି ।

ଏହାଛଡା ଆଧ୍ୟାତ୍ମିକ ଚେତନାରେ ଭରପୁର ବାମଣ୍ଡା ପଞ୍ଚାୟତର ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅନନ୍ୟ ଲୀଳାକ୍ଷେତ୍ର ତଥା ପାତାଳୀ ଶ୍ରୀକ୍ଷେତ୍ର ନାଏକପଡାଗୁମ୍ଫା ଓ ଏହାର ପାରିପାର୍ଶ୍ବିକ ବିକାଶ ଆରମ୍ଭ ହୋଇ ସାରିଛି । ତେବେ ସେଠାକର ପାତାଳୀ ଗୁମ୍ଫା, ପୁଷ୍ପ ଉଦ୍ୟାନ, ଔଷଧୀୟ ଜଙ୍ଗଲ, ଠେକୁଆ ଉଦ୍ୟାନ, ସରୀସୃପ ଉଦ୍ୟାନ ଭଳି ଅନେକ ସ୍ଥାନ ପର୍ଯ୍ୟଟକ ଓ ପ୍ରକୃତି ପ୍ରେମୀଙ୍କୁ ବିମୋହିତ କରୁଛି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details