ଓଡିଶା

odisha

ETV Bharat / state

ଜଙ୍ଗଲ ଭିତରେ ସନ୍ଦିଗ୍ଧ ଅବସ୍ଥାରେ ବୁଲିଲେ କଡା କାର୍ଯ୍ୟାନୁଷ୍ଠାନ

ଜଙ୍ଗଲରେ ନିଆଁ ଲାଗିବାକୁ ନେଇ ଲୋକଙ୍କୁ ସଚେତନ କରିବା ପାଇଁ ବୌଦ୍ଧ ଜିଲ୍ଲାରେ ବନାଗ୍ନି ସଚେତନତା ରଥର ଶୁଭାରମ୍ଭ ହୋଇଛି । ଅଧିକ ପଢନ୍ତୁ...

By

Published : Mar 12, 2021, 2:20 PM IST

f
ବନାଗ୍ନି ସଚେତନତା ରଥର ଶୁଭାରମ୍ଭ

ବୌଦ୍ଧ:ଜନସଚେତନତା ଅଭାବରୁ ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗି ଜଳିଗଲା ଏକର ଏକର ଜଙ୍ଗଲ । ଜଙ୍ଗଲରେ ନିଆଁ ଲାଗିବାକୁ ରୋକିବାକୁ ନେଉ ଜାଗ୍ରତ ହୋଇଛି ପ୍ରଶାସନ । ଏଣିକି ଜଙ୍ଗଲରେ ସନ୍ଦିଗ୍ଧ ଅବସ୍ଥାରେ ରହିଥିବା ଲୋକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ଲୋକଙ୍କୁ ସଚେତନ କରିବା ପାଇଁ ସଚେତନାତା ରଥର ଶୁଭାରମ୍ଭ କରାଯାଇଛି ।

ବନାଗ୍ନି ସଚେତନତା ରଥର ଶୁଭାରମ୍ଭ

ଗୋଟିଏ ପଟେ ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁକୁ ଜଙ୍ଗଲ ବିଭାଗ ଓ ବିଭିନ୍ନ ସ୍ବେଚ୍ଛାସେବୀ ମିଶି ଆୟତ୍ତ କରୁଥିବା ବେଳେ କେତେକ ଦୁର୍ବୃତ୍ତ ବିଭିନ୍ନ କାରଣରୁ ଜଙ୍ଗଲରେ ନିଆଁଲଗାଇ ଦେଉଥିବା ଜଣାପଡିଛି । ଜନସଚେତନତା ଅଭାବରୁ ଏଭଳି ଘଟଣା ଘଟୁଛି । ବୌଦ୍ଧ ବନଖଣ୍ଡର ମାଧପୁର ଓ ପୁରୁଣା କଟକ ବନାଞ୍ଚଳରେ ସର୍ବାଧିକ ଅଗ୍ନିକାଣ୍ଡ ଘଟିଥିବା ବେଳେ ଜଙ୍ଗଲ ବିଭାଗ ତ୍ବରିତ ପଦକ୍ଷେପ ଯୋଗୁଁ ନିଆଁକୁ ଆୟତ୍ତ କରାଯାଇଥିଲା ।

ମହୁଲ ଗୋଟା,କେନ୍ଦୁପତ୍ର ତୋଳା ଓ ଅନ୍ୟାନ୍ୟ କାରଣରୁ ଲୋକେ ଜଙ୍ଗଲରେ ନିଆଁ ଲଗାଇ ଦେଉଥିବା ଜଣାପଡିଛି । ଏପରିକି ଖୋଦ କେନ୍ଦୁପତ୍ର ବିଭାଗର ଦୁଇ ଜଣ କର୍ମଚାରୀ କଣ୍ଟାମାଳ ବନାଞ୍ଚଳର ଏକ ଜଙ୍ଗଲରେ ନିଆଁଲଗାଇ ଦେଇଥିବା ଘଟଣା ଏବେ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି । ଏସବୁ ବିଷୟରେ ଜନସଚେତନତା ସୃଷ୍ଟି କରିବାକୁ ବୌଦ୍ଧ ବନଖଣ୍ଡ ପକ୍ଷରୁ ସଚେତନତା ରଥର ଶୁଭାରମ୍ଭ କରାଯାଇଛି ।

ଶୁକ୍ରବାର ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଏସପି ଭି ରଘୁନାଥ ରାଓ, ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ,ତିନି ଏସିଏଫ ଓ ସମସ୍ତ ଜଙ୍ଗଲ ବିଭାଗ ଅଧିକାରୀ ଉପସ୍ଥିତ ରହି କିଭଳି ଏହି ମାନବକୃତ ସମସ୍ୟାକୁ ରୋକାଯାଇ ପାରିବ ସେନେଇ ଆଲୋଚନା ସହ ସଚେତନତା ରଥର ଶୁଭାରମ୍ଭ କରିଥିଲେ । ଏହା ସହିତ ଜଙ୍ଗଲରେ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ବ୍ୟକ୍ତିଙ୍କ ଉପରେ ଜଙ୍ଗଲ ନିୟମ ଧାରା 27ରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details