ବୌଦ୍ଧ: ହୀରାକୁଦରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ ପରେ ବୌଦ୍ଧ ଜିଲ୍ଲାର ମହାନଦୀ ସହିତ, ତେଲ,ସାଲୁଙ୍କୀ,ବାଘ,ମେହେରୁଣୀ ଭଳି ଉପନଦୀ ଗୁଡିକ ମଧ୍ୟ ଦୁଇ କୂଳ ଲାଗି ବନ୍ୟା ଜଳ ପ୍ରବାହିତ ହେଉଛି । ବନ୍ୟା ଜଳ ଯୋଗୁଁ ଏବେ ଆତଙ୍କିତ ଅବସ୍ଥାରେ ନଦୀକୂଳିଆ ଲୋକେ ।
ଗତବର୍ଷ ମହାନଦୀ ଓ ତେଲ ନଦୀରେ ପ୍ରଳୟଙ୍କରୀ ବନ୍ୟା ଆସି ଜିଲ୍ଲାର ହରଭଙ୍ଗା ଓ ବୌଦ୍ଧ ବ୍ଲକ ସମେତ କଣ୍ଟାମାଳ ବ୍ଲକରେ ଭୀଷଣ କ୍ଷୟକ୍ଷତି ଘଟାଇଥିଲା । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଜଳସମ୍ପଦ ବିଭାଗ ପକ୍ଷରୁ ଏଥିପାଇଁ କୌଣସି ପଦକ୍ଷେପ ଗ୍ରହଣ କରାନଯିବା ସବୁଆଡେ ଚର୍ଚ୍ଚାର ବିଷୟ ହୋଇଛି । ବିଶେଷ ଭାବରେ ପ୍ରଭାବିତ ହୋଇଥିବା କଣ୍ଟାମାଳ ବ୍ଲକର ନଦୀକୂଳିଆ ଅଞ୍ଚଳରେ ଘାଇ ସୃଷ୍ଟି ସହିତ ଅନେକ ରାସ୍ତା ଘାଟ ଏବେବି ଅସଜଡା ହୋଇ ପଡିରହିଛି । ବିଭାଗ ଏନେଇ କୌଣସି ପଦକ୍ଷେପ ନନେଇ ହାତ ବାନ୍ଧି ବସିଛି ।