ବୌଦ୍ଧ:ଗତ ଚାରି ଦିନ ହେଲା ଲଘୁଚାପ ଜନିତ ବର୍ଷା ଯୋଗୁଁ ବୌଦ୍ଧ ଜିଲ୍ଲାର ଅନେକ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହାଛଡା ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର କେତେକ ରାସ୍ତା ଉପରେ ବନ୍ୟା ପାଣି ପ୍ରବାହିତ ହେଉଛି । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ।
ମହାନଦୀ ସମେତ ତେଲନଦୀ, ସାଲୁଙ୍କୀ ନଦୀ, ବାଘନଦୀ, ମେହେରୁଣୀନଦୀ ଓ ଅନେକ ପାହାଡି ନାଳରେ ବନ୍ୟା ପାଣି ପ୍ରବାହିତ ହେଉଛି । ଏହି ସମୟରେ ବିଭିନ୍ନ ସ୍ଥାନରେ ନଦୀ କୂଳ ଲଙ୍ଘୁଛି ଥିବାରୁ ନଦୀକୂଳିଆ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଯାହାକୁ ନେଇ ଜିଲ୍ଲାର ମନମୁଣ୍ଡା, ବାଉଁଶୁଣୀ, ତେନ୍ତୁଳିପାଲି, କରଡି, ଖଣ୍ଡିଧଳପୁର, ପାଣିଘରା ସହିତ ମହାନଦୀ ଗର୍ଭରେ ଥିବା ମର୍ଜାକୁଦ ଦ୍ବୀପାଞ୍ଚଳବାସୀ ଚିନ୍ତାରେ ରହିଛନ୍ତି ।