ଓଡିଶା

odisha

ETV Bharat / state

କୂଳ ଲଙ୍ଘୁଛି ମହାନଦୀ, ଆତଙ୍କିତ ନଦୀ କୂଳିଆ ବାସିନ୍ଦା - Boudh Mahanadi River

ମହାନଦୀ କୂଳ ଲଙ୍ଘୁଥିବା ବେଳେ ଏଠାରେ ରହୁଥିବା କିଛି ଗ୍ରାମର ଲୋକ ଆତଙ୍କିତ ହୋଇପଡିଛନ୍ତି । ଅଧିକ ପଢନ୍ତୁ..

କୂଳ ଲଙ୍ଘୁଛି ମହାନଦୀ, ଆତଙ୍କିତ ନଦୀ କୂଳିଆ ବାସିନ୍ଦା
କୂଳ ଲଙ୍ଘୁଛି ମହାନଦୀ, ଆତଙ୍କିତ ନଦୀ କୂଳିଆ ବାସିନ୍ଦା

By

Published : Oct 30, 2020, 7:51 PM IST

Updated : Oct 30, 2020, 9:07 PM IST

ବୌଦ୍ଧ: କୂଳ ଲଙ୍ଘୁଛି ମହାନଦୀ । ମହାନଦୀ କୂଳରେ ଅବସ୍ଥିତ କିଛି ଗ୍ରାମ ପୂର୍ବରୁ ନଦୀ ଗର୍ଭରେ ଲୀନ ହୋଇ ସାରିଥିବା ବେଳେ ଆଉ କିଛି ଗ୍ରାମ ପ୍ରତି ଦେଖାଦେଇଛି ବିପଦ। ଜଳ ସମ୍ପଦ ବିଭାଗର ଅପାରଗତାକୁ ଏଥିପାଇଁ ଦାୟୀ କରାଯାଇଥିବା ବେଳେ ଓଡ଼ିଶାର ଅନ୍ୟତମ ପ୍ରାଚୀନ ଶୈବପୀଠ ନଦୀ ଗର୍ଭରେ ଲୀନ ହେବା ଅପେକ୍ଷାରେ ରହିଛି ।

କୂଳ ଲଙ୍ଘୁଛି ମହାନଦୀ, ଆତଙ୍କିତ ନଦୀ କୂଳିଆ ବାସିନ୍ଦା
ନଦୀ କୂଳରେ ଅବସ୍ଥିତ ପ୍ରାଚୀନ ଜନବସତି ଆଡକୁ ମାଡି ଆସୁଛି ମହାନଦୀ । ପ୍ରତ୍ୟେକ ବର୍ଷ ବନ୍ୟା ଆସି ନଦୀ ଖଣ୍ଡି ଖାଇଯାଉଛି । ଫଳରେ ଆତଙ୍କିତ ଅବସ୍ଥାରେ ସାଧାରଣ ଲୋକ ରହିଛନ୍ତି । ଜିଲ୍ଲାର ମନମୁଣ୍ଡା ଠାରୁ ବୌଦ୍ଧ ପର୍ଯ୍ୟନ୍ତ ପ୍ରାୟ ପଚାଶ କିଲୋମିଟର ମହାନଦୀ ବୋହି ଯାଇଥିବା ବେଳେ ଧିରେ ଧିରେ ନଦୀର କୂଳ ଖାଇ ଅନେକ ଜମି ଓ ଗାଁକୁ ନିଜ ଆଁ ଭିତରେ ପୁରାଇ ସାରିଲାଣି । ଅତୀତରେ ନଦୀକୂଳିଆ ଅନେକ ଗାଁ ଗଣ୍ଡା ମହାନଦୀ ଗର୍ଭରେ ଲୀନ ହୋଇସାରି ଥିବାବେଳେ ବର୍ତ୍ତମାନ ଆହୁରୀ ଅନେକ ଗାଁ ବିପଦ ଶଙ୍କୁଳ ଅବସ୍ଥାରେ ରହିଛି ।

ଜିଲ୍ଲାର ମନମୁଣ୍ଡା, ଦହ୍ୟା, ବାଉଁଶୁଣୀ, ତେଲିବନ୍ଧ, ବହିରା,ଖୁଣ୍ଟବନ୍ଧ ଭଳି ଦଶରୁ ଉର୍ଦ୍ଧ୍ବ ପଞ୍ଚାୟତର ଅନେକ ନଦୀ କୂଳିଆ ଗାଁ ମହାନଦୀ ଖଣ୍ଡି ଖାଉଥିବାରୁ ଆତଙ୍କିତ ଅବସ୍ଥାରେ ଲୋକେ ଅଛନ୍ତି । ଜଳ ସମ୍ପଦ ବିଭାଗର ଅପାରଗତା ତଥା ଅଦୂରଦୃଷ୍ଟି ଯୋଗୁଁ ନଦୀ କୂଳିଆ ଗାଁର ଏଭଳି ଅବସ୍ଥା ହୋଇଥିବା ଚର୍ଚ୍ଚା ହେଉଛି । ସେପଟେ ଓଡ଼ିଶାର ଅନ୍ୟତମ ପ୍ରାଚୀନ ଶୈବପୀଠ ବାଉଁଶୁଣୀର ଭୂବନେଶ୍ୱର ମନ୍ଦିର ଏବେ ନଦୀ ଖଣ୍ଡି ଖାଇ ନଦୀ ପଟକୁ ଢଳି ରହିଛି । ଏହାକୁ ଦୃଷ୍ଟିରେ ରଖି ମନ୍ଦିର ନିକଟରେ ଏକ ପଥର ଓ୍ବାଲ ନିର୍ମାଣ କରାଯାଇଥିଲା । କିନ୍ତୁ ଉକ୍ତ ପଥର ଓ୍ବାଲ ମଧ୍ୟ ଏବେ ଭୂଷୁଡି ଯିବାକୁ ବସି ମନ୍ଦିର ପ୍ରତି ବିପଦ ସୃଷ୍ଟି ହୋଇଛି । ତୁରନ୍ତ ଏଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Oct 30, 2020, 9:07 PM IST

ABOUT THE AUTHOR

...view details