ଓଡିଶା

odisha

ETV Bharat / state

ବନ୍ୟାରେ ଉବୁଟୁବୁ ବୌଦ୍ଧ, ଶତାଧିକ ଗାଁ ଜଳବନ୍ଦୀ

ଲଗାଣ ବର୍ଷାରେ ବେହାଲ ହୋଇଛି ବୌଦ୍ଧ ଜିଲ୍ଲା । ଅନେକ ବ୍ଲକ ଏବେ ବନ୍ୟା ପାଣିରେ ଉବୁଟୁବୁ ହେଉଛି । ଏପଟେ କନ୍ଧମାଳ ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ ବୌଦ୍ଧ ଓ କଣ୍ଟାମାଳର ବିଭିନ୍ନ ଅଞ୍ଚଳ ବୁଲି ଦେଖିଥିଲେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

By

Published : Aug 14, 2019, 6:48 PM IST

Updated : Aug 14, 2019, 7:11 PM IST

ବୌଦ୍ଧ: ଜିଲ୍ଲାରେ ବର୍ଷା ବିତ୍ପାତ । ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ତେଲନଦୀ, ମହାନଦୀ, ବାଘନଦୀ, ମେହେରୁଣୀ, ସାଲୁଙ୍କୀ, ଲକ୍ଷ୍ମୀନାଳ ପ୍ରଭୃତି ନଦୀରେ ବନ୍ୟା ଜଳ ଆସି କଣ୍ଟାମାଳ, ବୌଦ୍ଧ ଓ ହରଭଙ୍ଗା ବ୍ଲକର ଶତାଧିକ ଗ୍ରାମ ସମ୍ପୂର୍ଣ୍ଣ ଜଳବନ୍ଦୀ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ସେହିପରି ତେଲ ଓ ମହାନଦୀରେ ବନ୍ୟାପାଣି ଆସି ଜିଲ୍ଲାର ଚାଳିଶରୁ ଊର୍ଦ୍ଧ୍ବ ପଞ୍ଚାୟତରେ ନାହିଁ ନଥିବା କ୍ଷୟକ୍ଷତି ଘଟାଇଛି । ଏପଟେ ସାଧାରଣ ଲୋକ ପ୍ରାଣ ବିକଳରେ ଘରଦ୍ଵାର ଛାଡି ବନ୍ୟା ଆଶ୍ରୟ ସ୍ଥଳୀ କିମ୍ବା ପକ୍କା ସ୍କୁଲଘରେ ଆଶ୍ରୟ ନେଇଛନ୍ତି । କଣ୍ଟାମାଳ ବ୍ଲକରେ ବନ୍ୟା ଜନିତ କ୍ଷୟକ୍ଷତି ସର୍ବାଧିକ ହେବା ଆଶଙ୍କା କରାଯାଉଛି ।

ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାରେ ପାଞ୍ଚଟି ଓଡ୍ରାଫ ଟିମ ଓ ଗୋଟିଏ ଏନଡିଆରଏଫ ଟିମ ସହ ଅଗ୍ନିଶମ ବିଭାଗର ତିନୋଟି ଟିମ ସଜାଗ ରହିଛି । ଏଥିସହ ବାଇଶ ଗୋଟି ସ୍ଥାନରେ ବନ୍ୟା ବିପନ୍ନଙ୍କୁ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି ।

ଅନ୍ୟପଟେ ତଳି ଅଞ୍ଚଳରେ ଥିବା ବସ୍ତିରେ ଏବେବି ଅନେକ ଲୋକଙ୍କ ଘର ବନ୍ୟା ଜଳରେ ବୁଡି ରହିଛି । କିନ୍ତୁ ପ୍ରଶାସନ ପକ୍ଷରୁ ଅଦ୍ୟାବଧି କୌଣସି ଖାଦ୍ୟର ବ୍ୟବସ୍ଥା କରାଯାଇ ନଥିବା ଲୋକେ ଅଭିଯୋଗ କରିଛନ୍ତି । ବୁଧବାର କନ୍ଧମାଳ ସାଂସଦ ଡ ଅଚ୍ୟୁତାନନ୍ଦ ସାମନ୍ତ ବୌଦ୍ଧ ଓ କଣ୍ଟାମାଳର ବିଭିନ୍ନ ବନ୍ୟାଞ୍ଚଳ ବୁଲି ଦେଖିଥିଲେ । ସେହିପରି ହରଭଙ୍ଗା ବ୍ଲକର ଅନେକ ଗାଁ ଏବେବି ପାଣି ଘେରରେ ଥିବା ବେଳେ ଜଗନ୍ନାଥ ସଡକର ବିଭିନ୍ନ ସ୍ଥାନରେ ପାଞ୍ଚରୁ ଦଶ ଫୁଟର ବନ୍ୟାପାଣି ପ୍ରବାହିତ ହେଉଛି ।

ବୌଦ୍ଧରୁ ସତ୍ୟପାଣି ପାଣି, ଇଟିଭି ଭାରତ

Last Updated : Aug 14, 2019, 7:11 PM IST

ABOUT THE AUTHOR

...view details