ବୌଦ୍ଧ: ମରଣଜନ୍ତା ପାଲଟିଛି 57 ନମ୍ବର ଜାତୀୟ ରାଜପଥ । ଗୁରୁବାର ପ୍ରତ୍ୟୁଷରୁ ଗୋଟିଏ ବସ ଦୁର୍ଘଟଣାର ଚବିଶ ଘଣ୍ଟା ନପୁରୁଣୁ ପୁଣି ମନମୁଣ୍ଡା ଥାନା ଅଞ୍ଚଳରେ ଘଟିଛି ଆଉ ଏକ ବସ ଦୁର୍ଘଟଣା ।
ଓଲଟିଲା ଡଲଫିନ୍ ବସ, 5 ଯାତ୍ରୀ ଗୁରୁତର - road accident
ରାଜ୍ୟରେ ସଡକ ସୁରକ୍ଷା ମାସ ଚାଲିଥିବା ବେଳ ଦୁର୍ଘଟଣା କମିବାର ନାଁ ନେଉନାହିଁ । ଗୁରୁବାର ପ୍ରତ୍ୟୁଷରୁ ଗୋଟିଏ ବସ ଦୁର୍ଘଟଣାର ଚବିଶ ଘଣ୍ଟା ନପୁରୁଣୁ ପୁଣି ମନମୁଣ୍ଡା ଥାନା ଅଞ୍ଚଳରେ ଘଟିଛି ଆଉ ଏକ ବସ ଦୁର୍ଘଟଣା । ଅଧିକ ପଢନ୍ତୁ...

ହାଇୱାକୁ ପିଟିଲା ବସ
ଓଲଟିଲା ଡଲଫିନ୍ ବସ, 5 ଯାତ୍ରୀ ଗୁରୁତର
ମନମୁଣ୍ଡା ନିକଟସ୍ଥ ମସିଣାପଡା ନିକଟରେ ଡଲଫିନ ନାମକ ଏକ ଘରୋଇ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି । ବସରେ ସମୁଦାୟ 35 ଜଣ ଯାତ୍ରୀ ଥିବା ବେଳେ ତନ୍ମଧ୍ୟରୁ ପାଞ୍ଚ ଜଣ ଯାତ୍ରୀ ଗୁରୁତର ଆହତ ହୋଇ ପ୍ରଥମେ ସୋନପୁର ଓ ପରେ ବୁର୍ଲାକୁ ଚିକିତ୍ସା ପାଇଁ ସ୍ଥାନାନ୍ତର ହୋଇଥିବା ଜଣାପଡିଛି । ବୃଦ୍ଧି ପାଉଥିବା ସଡକ ଦୁର୍ଘଟଣାକୁ ନେଇ ବୁଦ୍ଧିଜୀବୀ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ
Last Updated : Jan 29, 2021, 4:01 PM IST