ଓଡିଶା

odisha

ETV Bharat / state

ମାଛ ଜାଆଁଳର ବାଟ ଓଗାଳୁଛି ଲକଡାଉନ, ଚିନ୍ତାରେ ଚାଷୀ

ସାରା ଓଡିଶାରେ ମାଛ ଜାଆଁଳ ଉତ୍ପାଦନରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବୌଦ୍ଧରୁ 10ରୁ ଅଧିକ ଜିଲ୍ଲାର ମାଛଚାଷୀ ଜାଆଁଳ ସଂଗ୍ରହ କରିଥାନ୍ତି । କିନ୍ତୁ ବର୍ତ୍ତମାନ ଲକଡାଉନ, ସଟଡାଉନ ଓ ସୀମାସିଲ୍‌ର ସମସ୍ୟା ଭିତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଚାଷୀ । ଅଧିକ ପଢନ୍ତୁ...

ମାଛ ଜାଆଁଳର ବାଟ ଓଗାଳୁଛି ଲକଡାଉନ, ଚିନ୍ତାରେ ଚାଷୀ
ମାଛ ଜାଆଁଳର ବାଟ ଓଗାଳୁଛି ଲକଡାଉନ, ଚିନ୍ତାରେ ଚାଷୀ

By

Published : Aug 8, 2020, 10:23 AM IST

ବୌଦ୍ଧ: ମାଛ ଜାଆଁଳକୁ ନେଇ ବୌଦ୍ଧର ଏକ ସ୍ବତନ୍ତ୍ର ପରିଚୟ ରହିଛି । ବର୍ତ୍ତମାନ ମାଛ ଜାଆଁଳର ଉତ୍ପାଦନ ସମୟ ହୋଇଥିବାରୁ ଜାଆଁଳ ସଂଗ୍ରହ କରିବାକୁ କେବଳ ବୌଦ୍ଧ ଜିଲ୍ଲା ନୁହେଁ ଅନ୍ୟୁନ ଦଶରୁ ଉର୍ଦ୍ଧ୍ବ ଜିଲ୍ଲାର ମାଛଚାଷୀ ବୌଦ୍ଧ ମାଛ ଫାର୍ମକୁ ଆସିଥାନ୍ତି ।

ହେଲେ ବର୍ତ୍ତମାନର ସ୍ଥିତିରେ ଏହା ସମ୍ଭବ ହୋଇପାରୁନାହିଁ । ଯାହା ଚାଷୀଙ୍କୁ ଚିନ୍ତାରେ ପକାଇଛି । ବୌଦ୍ଧର ମାଟି ଓ ଜଳବାୟୁ ଏଠାକାର ଜାଆଁଳ ପ୍ରସିଦ୍ଧିର ଅନ୍ୟତମ କାରଣ ବୋଲି କୁହାଯାଏ । ବିଶେଷ ଭାବରେ ରୋହି ଓ ଭାକୁର ମାଛ ଜାଆଁଳର ଅହେତୁକ ଚାହିଦା ରହିଛି ।

ମତ୍ସ୍ୟ ଓ ପଶୁ ପାଳନ ବିଭାଗ ଅଧିନରେ ଥିବା ଜାଆଁଳ କେନ୍ଦ୍ରରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ଚାଷୀଙ୍କୁ ଜାଆଁଳ ଯୋଗାଇ ଦିଆଯାଏ । କିନ୍ତୁ ବର୍ତ୍ତମାନ ଲକଡାଉନ ଓ ସଟଡାଉନ ସହିତ ସୀମାସିଲ ଯୋଗୁଁ ମାଛଚାଷୀ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ଚାଷୀ ମାନେ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details