ଓଡିଶା

odisha

ETV Bharat / state

ପର୍ଯ୍ୟଟନ ମନ୍ତ୍ରୀଙ୍କୁ ବିମୋହିତ କଲା ବାନ୍ଧକଳା - tourism minister visited marzakud lanji

ଅପରୂପ ସୌନ୍ଦର୍ଯ୍ୟରେ ଭରପୂର ଦ୍ବୀପଗ୍ରାମ ମର୍ଜାକୁଦକୁ ଗସ୍ତ କରିଥିଲେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ପ୍ରଥମ ଥର ଲାଗି ମନ୍ତ୍ରୀ ଶନିବାର ଦିନ ମର୍ଜାକୁଦ ଦ୍ବୀପାଞ୍ଚଳ ଆସିଥିଲେ । ଅଧିକ ପଢନ୍ତୁ...

ପର୍ଯ୍ୟଟନ ମନ୍ତ୍ରୀଙ୍କୁ ବିମୋହିତ କଲା ବୌଦ୍ଧ ବାନ୍ଧକଳା
ପର୍ଯ୍ୟଟନ ମନ୍ତ୍ରୀଙ୍କୁ ବିମୋହିତ କଲା ବୌଦ୍ଧ ବାନ୍ଧକଳା

By

Published : Feb 14, 2021, 1:33 PM IST

ବୌଦ୍ଧ: ଅପରୂପ ସୌନ୍ଦର୍ଯ୍ୟରେ ଭରପୂର ଦ୍ବୀପଗ୍ରାମ ମର୍ଜାକୁଦକୁ ଗସ୍ତ କରିଥିଲେ ପର୍ଯ୍ୟଟନ ମନ୍ତ୍ରୀ । ପ୍ରଥମ ଥର ଲାଗି ମନ୍ତ୍ରୀ ଶନିବାର ଦିନ ମର୍ଜାକୁଦ ଦ୍ବୀପାଞ୍ଚଳ ଆସିଥିଲେ । ଏହି ସମୟରେ ସେ ଲାଞ୍ଜିରେ ପହଞ୍ଚି ଏକ କ୍ଷୁଦ୍ର ଦ୍ବୀପ କୁଲାରୀକୁଦ ଦ୍ବୀପରେ ପର୍ଯ୍ୟଟନର ସମ୍ଭାବନାକୁ ପରଖିଥିଲେ । ମନ୍ତ୍ରୀ ବାନ୍ଧକଳାକୁ ଦେଖି ବିମୋହିତ ହୋଇପଡିଥିବା ଦେଖିବାକୁ ମିଳିଥିଲା ।

ପର୍ଯ୍ୟଟନ ମନ୍ତ୍ରୀଙ୍କୁ ବିମୋହିତ କଲା ବୌଦ୍ଧ ବାନ୍ଧକଳା

ଅପରୂପ ସୌନ୍ଦର୍ଯ୍ୟରେ ଭରପୂର ବୌଦ୍ଧ ଜିଲ୍ଲା । ପ୍ରକୃତି ରାଣୀ ବୌଦ୍ଧ ଜିଲ୍ଲାର କୋଣ ଅନୁକୋଣରେ ଭରି ରଖିଛି ଅନେକ ରମଣୀୟ ସ୍ଥାନ । ଡମକୁଚ ଓ କୁମ୍ଭୀଦରହ ଠାରୁ ଆରମ୍ଭ କରି ଦେଢଶୁର ଭାଇବୋହୂ ପାହାଡ ପର୍ଯ୍ୟନ୍ତ ତଥା ବୈଷ୍ଣବୀୟ ସଂସ୍କୃତିର ଅନନ୍ୟ ପୀଠ ଡମ୍ବରୁଗଡ ଠାରୁ ନେଇ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାତାଳୀ କ୍ଷେତ୍ର ନାଏକ ପଡା ଗୁମ୍ଫା ପର୍ଯ୍ୟନ୍ତ ସବୁଠାରେ ପ୍ରକୃତିର ନିଆରା ଦୃଶ୍ୟ ଦେଖିବାକୁ ମିଳିଥାଏ ।

ଏହା ସହିତ ବୌଦ୍ଧ ପୌରାଞ୍ଚଳର ଅନ୍ୟତମ ଅଙ୍ଗ ମହାନଦୀ ଗର୍ଭରେ ଥିବା ଦ୍ବୀପଗ୍ରାମ ମର୍ଜାକୁଦ ଓ ଅନ୍ୟ ଏକ କ୍ଷୁଦ୍ର ଦ୍ବୀପ କୁଲାରୀକୁଦ ପ୍ରକୃତିର ଅନବଦ୍ୟ ଦାନ ଭଳି ମନେ ହୋଇଥାଏ । ଦୁଇଟି ଓ୍ବାର୍ଡକୁ ନେଇ ଗଠିତ ଏହି ଦ୍ବୀପଗ୍ରାମ ମର୍ଜାକୁଦ ଅଧିବାସୀ କାହିଁ କେଉଁ ଆବହମାନ କାଳରୁ ସାଧାରଣ ଜନଜୀବନରେ ଡଙ୍ଗା ଉପରେ ନିର୍ଭର କରୁଥିଲେ । ବର୍ତ୍ତମାନ ନିର୍ମାଣାଧୀନ ସେତୁ କୁନେଇ ଅନେକ ସ୍ବପ୍ନ ଓ ସମ୍ଭାବନା ସୃଷ୍ଟି ହୋଇଛି ।

ସେପଟ, ଜିଲ୍ଲା ପ୍ରଶାସନଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ଅକ୍ସି ଟୁରିଜିମ ମାଧ୍ୟମରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରାଯାଇ ପାରିବ ସେନେଇ ଆଲୋଚନା କରାଯାଇଥିଲା । ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ, ଉପଜିଲ୍ଲାପାଳ ଅଶ୍ବିନୀ ମେହେର, ସହକାରୀ ଜିଲ୍ଲାପାଳ ଅବିନାଶ ପାଣ୍ଡିଆ, ସଂସ୍କୃତି ଅଧିକାରୀ ଶିଶିର କୁମାର ସାହୁ ଓ ଭାରପ୍ରାପ୍ତ ପର୍ଯ୍ୟଟନ ଅଧିକାରୀଙ୍କ ସହିତ କ୍ଷେତ୍ର ପରିଦର୍ଶନ ସହ ଦ୍ବୀପାଞ୍ଚଳବାସୀଙ୍କ ସହ କଥା ହୋଇଥିଲେ । ଏହି ଗସ୍ତ ସମୟରେ ମନ୍ତ୍ରୀ ବାନ୍ଧଶିଳ୍ପୀଙ୍କ ଘର ବୁଲି ଦେଖିଥିଲେ ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details