ବୌଦ୍ଧ:ସ୍ବାଧୀନତାର ଦୀର୍ଘ ବର୍ଷ ପରେ ତିନୋଟି ଓ୍ବାର୍ଡରେ ପ୍ରଥମ ଥର ହେବ ମତଦାନ । ପୂର୍ବରୁ ଏଠାରେ ସିଲେକ୍ସସନ ଜରିଆରେ ମତଦାନ ହେଉଥିବା ବେଳେ ବର୍ତ୍ତମାନ ଏଠାରେ ଜନତା ବାଛିବେ ସେମାନଙ୍କ ଜନ ପ୍ରତିନିଧି । ଯାହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଭୋଟର ।
Panchayat Poll : ବୌଦ୍ଧର ତିନୋଟି ଓ୍ବାର୍ଡରେ ପ୍ରଥମ ଥର ହେବ ନିର୍ବାଚନ ବୌଦ୍ଧ ଜିଲ୍ଲା ପରିଷଦ ସାତ ନମ୍ବର ଜୋନର ଶେଷ ପଞ୍ଚାୟତ ବୀରନରସିଂହପୁର । ସମୁଦାୟ 14 ଗୋଟି ଓ୍ବାର୍ଡକୁ ନେଇ ଗଠିତ ବୀରନରସିଂହପୁର ପଞ୍ଚାୟତ । ଏହି ପଞ୍ଚାୟତର 5,6,7 ନମ୍ବର ଓ୍ବାର୍ଡରେ ଆଜି ପର୍ଯ୍ୟନ୍ତ ନିର୍ବାଚନ ହୋଇ ନଥିବା ବେଳେ ଚୟନ ପକ୍ରିୟାରେ ଲୋକ ପ୍ରତିନିଧି ବଛାଯାଇଥାନ୍ତି ।
ଏହାବି ପଢନ୍ତୁ :PM Inaugurate Statue of Equality: ରାମାନୁଜାଚାର୍ଯ୍ୟ ଭକ୍ତି, ଜ୍ଞାନ ଓ ବୈରାଗ୍ୟର ପ୍ରତୀକ କହିଲେ ମୋଦି
କିନ୍ତୁ ଚଳିତ ବର୍ଷ ପ୍ରଥମ ଥର ପାଇଁ ସେହି ଓ୍ବାର୍ଡ ଗୁଡିକରେ ନିର୍ବାଚନ ପାଇଁ ଦୁଇ ଜଣ ଲେଖାଏଁ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଏଠାରେ ପ୍ରଥମ ଥର ପାଇଁ ନିର୍ବାଚନ ହେବ । ଏହାଛଡା ଏହି ପଞ୍ଚାୟତରେ ସମୁଦାୟ ଆଠ ଜଣ ମହିଳା ପ୍ରାର୍ଥୀ ସରପଞ୍ଚ ପଦବୀ ପାଇଁ ନିର୍ବାଚନକୁ ଓହ୍ଲାଇଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ