ଓଡିଶା

odisha

ETV Bharat / state

କଣ୍ଟାମାଳ ବ୍ଲକରେ ସରିଲା ନିର୍ବାଚନ, ମତଦାନ ହାର 84.7% - ବୌଦ୍ଧ ଜିଲ୍ଲାରେ ସରିଲା ପ୍ରଥମ ପର୍ଯ୍ୟାୟ ମତଦାନ

ବୌଦ୍ଧ କଣ୍ଟାମାଳ ବ୍ଲକର ସମସ୍ତ 24 ଗୋଟି ପଞ୍ଚାୟତ ଓ ତିନୋଟି ଜୋନ ପାଇଁ ବୁଧବାର ମତଦାନ ହୋଇଥିଲା । ମୋଟ ମତଦାନର ହାର 84.7 ପ୍ରତିଶତ ରହିଥିବା ଜଣାପଡିଛି । ଅଧିକ ପଢନ୍ତୁ

କଣ୍ଟାମାଳ ବ୍ଲକରେ ସରିଲା ନିର୍ବାଚନ, ମତଦାନ ହାର 84.7 ପ୍ରତିଶତ
କଣ୍ଟାମାଳ ବ୍ଲକରେ ସରିଲା ନିର୍ବାଚନ, ମତଦାନ ହାର 84.7 ପ୍ରତିଶତ

By

Published : Feb 17, 2022, 10:45 AM IST

ବୌଦ୍ଧ: ସରିଲା ପ୍ରଥମ ପର୍ଯ୍ୟାୟ ମତଦାନ । ବୌଦ୍ଧ କଣ୍ଟାମାଳ ବ୍ଲକର ସମସ୍ତ 24 ଗୋଟି ପଞ୍ଚାୟତ ଓ ତିନୋଟି ଜୋନ ପାଇଁ ବୁଧବାର ମତଦାନ ହୋଇଥିଲା । ଚଳିତ ନିର୍ବାଚନରେ ମତଦାନ ହାର 84.7 ପ୍ରତିଶତ ରହିଥିବା ଜଣାପଡିଛି । ତେବେ ଏହି ମତଦାନ ସମୟରେ ଶୁଣ୍ଢିପଦର ପଞ୍ଚାୟତର ଦୁଇଟି ଓ୍ବାର୍ଡରେ ପୋଲିସ ଉପସ୍ଥିତିରେ ବୁଥ ଭିତରେ ନିର୍ବାଚନ ଆଇନର ଖୋଲା ଉଲ୍ଲଙ୍ଘନ ସହିତ ବୁଥ ଦଖଲର ଅଭିଯୋଗ ହୋଇଛି । ସେହିପରି ଲମ୍ବସରୀ, ଘିକୁଣ୍ଡି ଭଳି କେତେକ ପଞ୍ଚାୟତରେ ବ୍ୟାପକ ହିଂସାକାଣ୍ଡ ଘଟିଥିବାରୁ ଜିଲ୍ଲା ପୋଲିସର କାର୍ଯ୍ୟକୁ ନେଇ ପ୍ରଶ୍ନ ମଧ୍ୟ ଉଠିଛି ।

କଣ୍ଟାମାଳ ବ୍ଲକରେ ସରିଲା ନିର୍ବାଚନ, ମତଦାନ ହାର 84.7 ପ୍ରତିଶତ

ଚଳିତ ନିର୍ବାଚନରେ କଣ୍ଟାମାଳ ବ୍ଲକର ମୋଟ 1 ଲକ୍ଷ 8 ହଜାର 737 ଜଣ ଭୋଟରଙ୍କ ମଧ୍ୟରୁ 91 ହଜାର 413 ଜଣ ଭୋଟର 640 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରିତ କରିଛନ୍ତି । ଖୋଦ କଣ୍ଟାମାଳ ବିଧାୟକ ମହୀଧର ରଣା ନିଜ ଗ୍ରାମର ପୋଲିଂ ବୁଥରେ ମତଦାନ କରିଥିଲେ । ତେବେ ମନମୁଣ୍ଡା ପଞ୍ଚାୟତର ଦୁଇଟି ସ୍ଥାନରେ ଗ୍ରାମବାସୀ ମାନେ ଭୋଟ ବର୍ଜନ କରିଥିଲେ । ଭାଲିଆପଦର ଓ ଯୋଗୀପଦର ଗ୍ରାମରେ ଶିକ୍ଷା ବ୍ୟବସ୍ଥାରେ ପ୍ରଶାସନର ଅବହେଳାକୁ ଦାୟୀ କରି ଦୁଇ ଗ୍ରାମବାସୀ ଭୋଟ ବର୍ଜନ କରିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details