ଓଡିଶା

odisha

ETV Bharat / state

ଉଦଘାଟିତ ହେବ ବୌଦ୍ଧରେ ପ୍ରଥମ ସଂଗ୍ରହାଳୟ, ଚାଲିଛି ପ୍ରସ୍ତୁତି - first museum of boudh

ପଶ୍ଚିମ ଓଡିଶାର କଳା ଓ ସଂସ୍କୃତିକୁ ବଞ୍ଚାଇ ରଖିବାକୁ ବୌଦ୍ଧ ଜିଲ୍ଲାରେ ଆସନ୍ତା ଦୁଇ ତାରିଖରେ ଏକ ସଂଗ୍ରହାଳୟ ଉଦଘାଟନ ହେବ । ଅଧିକ ପଢନ୍ତୁ...

ବୌଦ୍ଧ ଜିଲ୍ଲାରେ ସ୍ଥାପନ ହେବ ପ୍ରଥମ ସଂଗ୍ରହାଳୟ
ବୌଦ୍ଧ ଜିଲ୍ଲାରେ ସ୍ଥାପନ ହେବ ପ୍ରଥମ ସଂଗ୍ରହାଳୟ

By

Published : Dec 27, 2020, 12:58 PM IST

ବୌଦ୍ଧ:ପଶ୍ଚିମ ଓଡିଶାର କଳା ଓ ସଂସ୍କୃତିକୁ ବଞ୍ଚାଇ ରଖିବାକୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଅନେକ ପ୍ରାଚୀନ ସାମଗ୍ରୀ ସଂଗ୍ରହ କରାଯାଉଛି । ଏସବୁ ସାମଗ୍ରୀକୁ ସାଇତି ରଖିବାକୁ ଜିଲ୍ଲାରେ ଏକ ସଂଗ୍ରହାଳୟ ସ୍ଥାପନ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହିଞ୍ଚିଛି । ଆସନ୍ତା 2ତାରିଖରେ ମୁଖ୍ୟମନ୍ତ୍ରୀ ଏହି ସଂଗ୍ରହାଳୟକୁ ଉଦଘାଟନ କରିବେ ।

ବୌଦ୍ଧ ଜିଲ୍ଲାରେ ହେବ ସ୍ଥାପନ ହେବ ପ୍ରଥମ ସଂଗ୍ରହାଳୟ

ଜୋରସୋରରେ ଆଗେଇ ଚାଲିଛି ପଶ୍ଚିମ ଓଡିଶାର ପ୍ରଥମ ସଂଗ୍ରହାଳୟ ନିର୍ମାଣ କାର୍ଯ୍ୟ । ଗଡଜାତ ଜିଲ୍ଲା ବୌଦ୍ଧ ସହର ମହକୁମାରେ 1921ମସିହାରେ ନିର୍ମିତ ହୋଇଥିବା କୋର୍ଟ ବିଲ୍ଡିଂକୁ ଚଳିତ ବର୍ଷ ଶହେ ବର୍ଷ ପୂରଣ ହୋଇଛି । ଏହି ଅବସରରେ ଏହି ପ୍ରାଚୀନ କୋଠାକୁ ପ୍ରଶାସନ ହେରିଟେଜ ବିଲ୍ଡିଂର ମାନ୍ୟତା ସହ ଏହାକୁ ସଂଗ୍ରହାଳୟ ଭାବରେ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ବିଭିନ୍ନ ସ୍ଥାନରୁ ତଥା ଜିଲ୍ଲା ବାହାରର ଅନେକ ପ୍ରାଚୀନ ସାମଗ୍ରୀ ଏଠାରେ ସ୍ଥାନିତ ହେବ ।

ଏହି ସଂଗ୍ରହାଳୟରେ ବିଶେଷ ଭାବରେ ପ୍ରାଚୀନ ପରିପାଟି,ହସ୍ତଶିଳ୍ପ, ଅସ୍ତ୍ର ଶସ୍ତ୍ର, ଦସ୍ତାବିଜ, ପୋଥି, ଫୋଟ,ତୈଳଚିତ୍ର, ବନ୍ୟଜନ୍ତୁ ସାମଗ୍ରୀ ଓ ବିଭିନ୍ନ ପ୍ରାଚୀନ ବ୍ୟବହାରିକ ସାମଗ୍ରୀ ସହିତ ମିଗ ବିମାନ ଏଠାକାର ମୁଖ୍ୟ ଆକର୍ଷଣ ହେବ ବୋଲି ଜଣାପଡିଛି । ଆସନ୍ତା ଜାନୁଆରୀ 2ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିବେ । ପଶ୍ଚିମ ଓଡିଶାରେ ପ୍ରଥମ ଥର ପାଇଁ ବୌଦ୍ଧ ଜିଲ୍ଲାରେ ଜିଲ୍ଲା ପ୍ରଶାସନର ସଂଗ୍ରହାଳୟ ସ୍ଥାପନ ପଦକ୍ଷେପ ଜିଲ୍ଲାବାସୀଙ୍କ ପାଇଁ ସମ୍ଭାବନା ସୃଷ୍ଟି କରିଛି । ଏନେଇ ବୌଦ୍ଧର ଅଧିବାସୀ ଅତ୍ୟନ୍ତ ଆନନ୍ଦିତ ଥିବା ବେଳେ ବୌଦ୍ଧ ବିଧାୟକ ଓ ଜିଲ୍ଲାପାଳ ଏନେଇ ସହଯୋଗର ହାତ ବଢାଇବାକୁ ଆହ୍ବାନ ଦେଇଛନ୍ତି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details