ଓଡିଶା

odisha

ETV Bharat / state

ଗ୍ୟାସଟାଙ୍କିରୁ ଲାଗିଲା ନିଆଁ, ସର୍ବସାନ୍ତ ହୋଇଗଲା ଗୋଟିଏ ପରିବାର

ଗ୍ୟାସଟାଙ୍କିରୁ ଲାଗିଲା ନିଆଁ, ସର୍ବସାନ୍ତ ହୋଇଗଲା ଗୋଟିଏ ପରିବାର । ଖୋଲା ଆକାଶ ତଳେ 5 ପ୍ରାଣୀ କୁଟୁମ୍ବ । ଅଧିକ ପଢନ୍ତୁ...

By

Published : Jul 1, 2020, 11:37 AM IST

fire damaged a house in boudha
ଗ୍ୟାସଟାଙ୍କିରୁ ଲାଗିଲା ନିଆଁ , ସର୍ବସାନ୍ତ ହୋଇଗଲା ଗୋଟିଏ ପରିବାର

ବୌଦ୍ଧ : ଗ୍ୟାସଟାଙ୍କିରୁ ଲାଗିଲା ନିଆଁ, ସର୍ବସାନ୍ତ ହୋଇଗଲା ଗୋଟିଏ ପରିବାର । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ପିନ୍ଧିଥିବା ଲୁଗା ଖଣ୍ଡିକ ଛାଡିଦେଲେ ଆଉ କିଛି ବର୍ତ୍ତି ପାରିଲାନି ନିଆଁ ଦାଉରୁ । ବୌଦ୍ଧ ସହରର ବସଷ୍ଟାଣ୍ଡ ସମ୍ମୁଖରେ ଥିବା ଘରେ ଅଗ୍ନିକାଣ୍ତ ଘଟିଥିଲା । ସୂଚନା ମୁତାବକ ମଙ୍ଗଳବାର ସେହି ଘରର ପରିବାର ଲୋକେ ରୋଷେଇ କରୁଥିବା ସମୟରେ ଗ୍ୟାସଟାଙ୍କିରୁ ହଠାତ ନିଆଁ ଲାଗି ଯାଇଥିଲା । ଫଳରେ ଏହି ନିଆଁ ପୁରା ଘରକୁ ବ୍ୟାପି ଯାଇଥିଲା ।

ଗ୍ୟାସଟାଙ୍କିରୁ ଲାଗିଲା ନିଆଁ , ସର୍ବସାନ୍ତ ହୋଇଗଲା ଗୋଟିଏ ପରିବାର

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କଲା ବେଳକୁ ସବୁ କିଛି ଜଳିପୋଡି ଯାଇଥିଲା । ନିଆଁ ଲାଗି ଘର ଭସ୍ମୀଭୂତ ହୋଇ ଯାଇଥିବାରୁ ଖୋଲା ଆକାଶ ତଳେ ରହିଛନ୍ତି ପୁରା ପରିବାର । ତୁରନ୍ତ ଏହି ଅସହାୟ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details