ଓଡିଶା

odisha

By

Published : Mar 11, 2020, 1:53 PM IST

ETV Bharat / state

ଶ୍ରୀ ଅରବିନ୍ଦ ବିଦ୍ୟାଳୟରେ ପଶି ଭଙ୍ଗାରୁଜା-ଜଳାପୋଡା କଲେ ଦୁର୍ବୃତ୍ତ

ଦୁର୍ବୃତ୍ତଙ୍କ ତୁମୁଳକାଣ୍ଡ । ବୌଦ୍ଧ କଣ୍ଟାମାଳ ଥାନା ଅନ୍ତର୍ଗତ ଅଇଁଳାଚୁଆଁ ଠାରେ ଥିବା ଶ୍ରୀ ଅରବିନ୍ଦ ଶିକ୍ଷା କେନ୍ଦ୍ରରେ ମଙ୍ଗଳବାର ରାତିରେ ଦୁର୍ବୃତ୍ତ ମାନେ ପଶି ବ୍ୟାପକ ଭଙ୍ଗାରୁଜା ସହ ନିଆଁ ଲଗାଇ ଦେଇଥିଲେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଶ୍ରୀ ଅରବିନ୍ଦ ବିଦ୍ୟାଳୟରେ ପଶି ଭଙ୍ଗାରୁଜା କରି ଜାଳିଦେଲେ ଦୁର୍ବୃତ୍ତ
ଶ୍ରୀ ଅରବିନ୍ଦ ବିଦ୍ୟାଳୟରେ ପଶି ଭଙ୍ଗାରୁଜା କରି ଜାଳିଦେଲେ ଦୁର୍ବୃତ୍ତ

ବୌଦ୍ଧ: ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଦୁର୍ବୃତ୍ତଙ୍କ ତୁମୁଳକାଣ୍ଡ । ହୋଲି ଖେଳ ସାରି ସମସ୍ତେ ହସଗମାତ ହେଉଥିବାବେଳେ ରାତିରେ ଦୁର୍ବୃତ୍ତମାନେ ବିଦ୍ୟାଳୟରେ ପଶି ବ୍ୟାପକ ଭଙ୍ଗାରୁଜା ସହ ନିଆଁ ଲଗାଇ ଜାଳି ଦେଇଥିବା ସୂଚନା ମିଳିଛି । ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅଞ୍ଚଳର ଘଟଣା ।

ଶ୍ରୀ ଅରବିନ୍ଦ ବିଦ୍ୟାଳୟରେ ପଶି ଭଙ୍ଗାରୁଜା କରି ଜାଳିଦେଲେ ଦୁର୍ବୃତ୍ତ

କଣ୍ଟାମାଳ ଥାନା ଅନ୍ତର୍ଗତ ଅଇଁଳାଚୁଆଁ ଠାରେ ଥିବା ଶ୍ରୀ ଅରବିନ୍ଦ ଶିକ୍ଷା କେନ୍ଦ୍ରରେ ମଙ୍ଗଳବାର ରାତିରେ ଦୁର୍ବୃତ୍ତମାନେ ପଶି ବ୍ୟାପକ ଭଙ୍ଗାରୁଜା ସହ ନିଆଁ ଲଗାଇ ଦେଇଥିଲେ । କିଛି ସାମଗ୍ରୀ ମଧ୍ୟ ଲୁଟ ହୋଇଥିବା କଣ୍ଟାମାଳ ଥାନାରେ ଅଭିଯୋଗ ହୋଇଛି । ନିଆଁଲାଗି ପ୍ରାୟ ତିନି ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ଜଳିପୋଡି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି । ତେବେ ବାରମ୍ବାର ଏହି ବିଦ୍ୟାଳୟ ଉପରେ ଆକ୍ରମଣ ହେଉଥିବାରୁ ଏନେଇ ଗଭୀର ଉଦବେଗ ପ୍ରକାଶ ପାଇଛି ।

ଘଟଣାସ୍ଥଳରେ କଣ୍ଟାମାଳ ଥାନା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏ ସମ୍ପର୍କରେ ତୁରନ୍ତ ଦୋଷକୁ ଚିହ୍ନଟ ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଜିଲ୍ଲା ଆବାହକ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details