ବୌଦ୍ଧ: ରାତିର ଅନ୍ଧକାରରେ ଘଟିଲା ଦୁଇ ଦୁଇଟି ଅଘଟଣ । ଦୁର୍ବୃତ୍ତଙ୍କ ଅମାନବୀୟ କାର୍ଯ୍ୟ ଯୋଗୁଁ ଏବେ ତିନୋଟି ପରିବାର ଚିନ୍ତାରେ । ବୌଦ୍ଧ ଥାନା ଅନ୍ତର୍ଗତ ବନ୍ଧାପଥର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ରାତିରେ କୌଣସି ଦୁର୍ବୃତ୍ତ ଧାନଖଳାରେ ନିଆଁ ଲଗାଇ ଦେବାରୁ ସେହି ଅଞ୍ଚଳର ଅରୁଣ ପ୍ରଧାନଙ୍କ ଦୁଇ ପୁଅଙ୍କ ପାଞ୍ଚ ଏକରରୁ ଊର୍ଦ୍ଧ୍ବ ଜମି ପୋଡି ପାଉଁଶ ହୋଇଯାଇଛି । ତେବେ ବର୍ଷକ ଯାକର ଅମଳ ଧାନ ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ଏବେ ପରିବାର ପ୍ରତିପୋଷଣ କରିବେ ସେନେଇ ଚିନ୍ତାରେ ଅରୁଣ ପ୍ରଧାନଙ୍କ ଦୁଇ ପରିବାର ।
ଧାନ ଖଳାରେ ନିଆଁ ଲଗାଇଲେ ଦୁର୍ବୃତ୍ତ: ଜଳି ପୋଡି ପାଉଁଶ ହେଲା ବର୍ଷକର ପରିଶ୍ରମ
ଗୋଟିଏ ରାତିରେ ଦୁଇ ଦୁଇଟି ଅଘଟଣ । ବୌଦ୍ଧ ଥାନା ଅଞ୍ଚଳରେ ମଙ୍ଗଳବାର ରାତିରେ କୌଣସି ଦୁର୍ବୃତ୍ତ ଧାନଖଳାରେ ନିଆଁ ଲଗାଇ ଦେବାରୁ ସେହି ଅଞ୍ଚଳର ଅରୁଣ ପ୍ରଧାନଙ୍କ ପାଞ୍ଚ ଏକରରୁ ଊର୍ଦ୍ଧ୍ବ ଜମି ପୋଡି ପାଉଁଶ ହୋଇଯାଇଥିବା ବେଳେ ବାଉଁଶୁଣୀ ମୁଖ୍ୟ ରାସ୍ତା କଡରେ ଥିବା ଏକ ମୋବାଇଲ ଦୋକାନର ପଛ କାନ୍ଥକୁ ଖୋଳି ତିରିଶରୁ ଉର୍ଦ୍ଧ୍ବ ମୋବାଇଲ ଚୋରି କରି ନେଇଛନ୍ତି ଦୁର୍ବୃତ୍ତ ।
ଧାନ ଖଳାରେ ନିଆଁ ଲଗାଇଲେ ଦୁର୍ବୃତ୍ତ: ଜଳି ପୋଡି ପାଉଁଶ ହେଲା ବର୍ଷକର ପରିଶ୍ରମ
ସେପଟେ ବାଉଁଶୁଣୀ ଥାନା ଅଞ୍ଚଳରେ ଦିନକୁ ଦିନ ଚୋରି ବୃଦ୍ଧି ପାଇବାରେ ଲାଗିଛି । ମଙ୍ଗଳବାର ରାତିରେ ବାଉଁଶୁଣୀ ମୁଖ୍ୟ ରାସ୍ତା କଡରେ ଥିବା ଏକ ମୋବାଇଲ ଦୋକାନର ପଛ କାନ୍ଥକୁ ଖୋଳି ତିରିଶରୁ ଊର୍ଦ୍ଧ୍ବ ମୋବାଇଲ ଚୋରି କରି ନେଇଥିବା ଅଭିଯୋଗ ହୋଇଛି । ଏନେଇ ଅଞ୍ଚଳରେ ପୋଲିସ ପେଟ୍ରୋଲିଂ କଡାକଡି କରିବାକୁ ଦାବି ହୋଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ