ବୌଦ୍ଧ: ବହିରା ପଞ୍ଚାୟତରେ ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗ। ପଞ୍ଚାୟତବାସୀ ଏନେଇ ସିଧାସଳଖ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଆଡକୁ ଆଙ୍ଗୁଠି ଉଠାଇଛନ୍ତି। ଏହି ବହିରା ପଞ୍ଚାୟତ ଦୁର୍ନୀତିର ଗନ୍ତାଘର ପାଲଟିଥିବା ଅଭିଯୋଗ ହୋଇଛି ।
ବୌଦ୍ଧରେ ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗ - ବୌଦ୍ଧ ଖବର
ଦୁର୍ନୀତିର ଗନ୍ତାଘର ପାଲଟିଛି ବୌଦ୍ଧ ଜିଲ୍ଲା ବହିରା ପଞ୍ଚାୟତ। ଏଭଳି ଅଭିଯୋଗ କରିଛନ୍ତି ପଞ୍ଚାୟତବାସୀ । ଅଧିକ ପଢନ୍ତୁ...
ବୌଦ୍ଧରେ ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗ
ବୌଦ୍ଧରେ ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗ
ଏଠାରେ ସାମାଜିକ ସୁରକ୍ଷା ଅର୍ଥ ଠାରୁ ଆରମ୍ଭ କରି ରାସ୍ତା ନିର୍ମାଣରେ ବ୍ୟାପକ ଅର୍ଥ ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଛି। ଆଉ ଏହା ପଛରେ ସ୍ଥାନୀୟ ସରପଞ୍ଚ ଓ ପିଇଓଙ୍କ ହାତଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ସେପଟେ ଶୁକ୍ରବାର ବହିରା ଅଞ୍ଚଳର ଶତାଧିକ ବୁଦ୍ଧିଜୀବୀ ଓ ବିଜେପି ଦଳର କର୍ମୀ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ଏକ ସ୍ମାରକୀ ପତ୍ର ପ୍ରଦାନ କରିଥିଲେ । ତୁରନ୍ତ ଏଦିଗରେ ଆବଶ୍ୟକ ପଦକ୍ଷେପ ନିଆନଗଲେ ଆଗାମୀ ଦିନରେ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଲୋକେ ଚେତାବନୀ ଦେଇଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ