ଓଡିଶା

odisha

ପିଏମ ଯୋଜନାରେ ଘର ଯୋଗାଇବାକୁ କହି ଟଙ୍କା ଚଳୁ କଲେ ଓ୍ବାର୍ଡମେମ୍ବର !

By

Published : Dec 9, 2019, 8:19 PM IST

ସରକାରୀ ଅର୍ଥ ଆତ୍ମସାତ ଓ ପ୍ରଧାନମନ୍ତ୍ରୀ ଗୃହ ଯୋଜନାରେ ନିରୀହ ଲୋକଙ୍କ ଲକ୍ଷାଧିକ ଟଙ୍କା ହଡପ ଅଭିଯୋଗ। ବୌଦ୍ଧର ୱାର୍ଡମେମ୍ବର ଓ ତାଙ୍କ ସ୍ବାମୀଙ୍କ ବିରୁଦ୍ଧରେ ଏଭଳି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଅଧିକ ଖବର ପଢନ୍ତୁ...

_financial irregularities
ସରକାରୀ ଯୋଜନାରୁ ଓ୍ବାର୍ଡମେମ୍ବରଙ୍କ ଟଙ୍କା ଚଳୁ,ଗ୍ରାମବାସୀଙ୍କ ଅଭିଯୋଗ

ବୌଦ୍ଧ: ନିର୍ବାଚିତ ଓ୍ବାର୍ଡମେମ୍ବର ଓ ତାଙ୍କ ସ୍ବାମୀଙ୍କ କଳା କାରନାମାର ପର୍ଦ୍ଦାଫାଶ । ସରକାରୀ ଅର୍ଥ ଆତ୍ମସାତ ଓ ପ୍ରଧାନମନ୍ତ୍ରୀ ଗୃହ ଯୋଜନାରେ ନିରୀହ ଲୋକଙ୍କ ଲକ୍ଷାଧିକ ଟଙ୍କା ହଡପ ଅଭିଯୋଗ । ୱାର୍ଡମେମ୍ବର ଓ ତାଙ୍କ ସ୍ବାମୀଙ୍କ ବିରୁଦ୍ଧରେ ଏଭଳି ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ସରକାରୀ ଯୋଜନାରୁ ଓ୍ବାର୍ଡମେମ୍ବରଙ୍କ ଟଙ୍କା ଚଳୁ,ଗ୍ରାମବାସୀଙ୍କ ଅଭିଯୋଗ

ତେବେ ଗତ କିଛିଦିନ ହେବ ବୌଦ୍ଧ ଜିଲ୍ଲାର ପଞ୍ଚାୟତ ଗୁଡିକରେ ଦୁର୍ନୀତି ଚରମ ଶିଖରରେ ପହଞ୍ଚିଯାଇଛି । ଏନେଇ ହରଭଙ୍ଗା ବିଡ଼ିଓଙ୍କୁ ସରକାର ନିଲମ୍ବନ କରିସାରିଥିଲେ ମଧ୍ୟ ପଞ୍ଚାୟତ ଗୁଡିକରେ ଦୁର୍ନୀତି ଥମିବାର ନା ନେଉନି । ସୋମବାର ଜଣେ ଓ୍ବାର୍ଡମେମ୍ବର ଓ ତାଙ୍କ ସ୍ବାମୀଙ୍କ ନାଁରେ ଆର୍ଥିକ ଅନିୟମିତତା ଅଭିଯୋଗ କରି ଗ୍ରାମବାସୀ ଥାନାର ଦ୍ବାରସ୍ଥ ହୋଇଛନ୍ତି ।

ସୂଚନା ମୁତାବକ, ହରଭଙ୍ଗା ବ୍ଲକର ରାଧାନଗର ପଞ୍ଚାୟତ ଅନ୍ତର୍ଗତ ଦାମୋଦରପୁର ଗାଁର ଓ୍ବାର୍ଡମେମ୍ବର ହୀନ ସାହୁ ଓ ତାଙ୍କ ସ୍ବାମୀ ସୁବାଷ ସାହୁ ସରକାରଙ୍କ ଗାଁ କଲ୍ୟାଣୀ ଟଙ୍କା ଓ ପ୍ରଧାନମନ୍ତ୍ରୀ ଗୃହ ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇ ଗ୍ରାମବାସୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକିନେଇଛନ୍ତି ।

ଏନେଇ ଗତ ରବିବାର ଗ୍ରାମସଭାରେ ସେଠାରେ ଗ୍ରାମବାସୀଙ୍କୁ ଅଭିଯୁକ୍ତ ଗାଳିଗୁଲଜ ସହ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ଆଜି ବାଧ୍ୟ ହୋଇ ଗ୍ରାମବାସୀ ବୌଦ୍ଧ ଥାନାରେ ଉକ୍ତ ଦୁଇ ସ୍ବାମୀ ସ୍ତ୍ରୀଙ୍କ ନାଁରେ ଏତଲା ଦେଇଛନ୍ତି । ଘଟଣାକୁ ବୌଦ୍ଧ ଥାନା ଅଧିକାରୀ ତପସ୍ବିନୀ କହଁର ଗୁରୁତର ନେବା ସହ ତଦନ୍ତ ଆରମ୍ଭ କରିଛନ୍ତି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି,ଇଟିଭି ଭାରତ

ABOUT THE AUTHOR

...view details