ଓଡିଶା

odisha

ETV Bharat / state

ବୌଦ୍ଧ ଓ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ, ପ୍ରକାଶିତ ହେଲା ସଂଶୋଧିତ ଚୂଡାନ୍ତ ଭୋଟର ତାଲିକା

Final voter list release:ବୌଦ୍ଧ ଜିଲ୍ଲାରେ ପ୍ରକାଶ ପାଇଲା ସଂଶୋଧିତ ଚୁଡାନ୍ତ ଭୋଟର ତାଲିକା । ଜିଲ୍ଲାର ଉଭୟ ନିର୍ବାଚନ ମଣ୍ଡଳୀରେ ସମୁଦାୟ ୩,୩୨,୬୯୨ ଜଣ ଭୋଟର ରହିଛନ୍ତି । ଅଧିକ ପଢନ୍ତୁ

Final voter list
Final voter list

By ETV Bharat Odisha Team

Published : Jan 6, 2024, 8:43 PM IST

Final voter list release

ବୌଦ୍ଧ :ପ୍ରକାଶ ପାଇଲା ବୌଦ୍ଧ ଜିଲ୍ଲାର ସଂଶୋଧିତ ଚୁଡାନ୍ତ ଭୋଟର ତାଲିକା । ବୌଦ୍ଧ ଓ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ନୂତନ ତାଲିକା ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରକାଶ କରାଯାଇଛି । ତେବେ ଚଳିତ ବର୍ଷ ଅନେକ ମୃତ ଓ ଭୂତ ଭୋଟରଙ୍କ ନାମ ବାଦ ଦିଆଯାଇ ନୂତନ ଯୁବ ଭୋଟରଙ୍କ ନାମ ସଂଯୋଗ କରାଯାଇଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ - ରାଜ୍ୟରେ ୩.୩୨ କୋଟି ଭୋଟର: ୭.୫୪ ଲକ୍ଷ ଯୁବ, ବଢ଼ିଲା ମହିଳାଙ୍କ ଅନୁପାତ

ସୂଚନା ମୁତାବକ, ବୌଦ୍ଧ ଜିଲ୍ଲାର ୮୫-କଣ୍ଟାମାଳ ଓ ୮୬-ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀର ସଂଶୋଧିତ ଚୂଡାନ୍ତ ଭୋଟର ତାଲିକା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶିତ ହୋଇଛି । ଚଳିତ ବର୍ଷ ସାଧାରଣ ନିର୍ବାଚନ ପୂର୍ବରୁ ଏହି ତାଲିକା ପ୍ରକାଶ ପାଇଥିବା ବେଳେ ନୂତନ ଭାବରେ ସମସ୍ତ ଯୁବ ବର୍ଗ ଭୋଟରଙ୍କୁ ଏଥିରେ ସାମିଲ କରାଯାଇଛି । ଗତକାଲି ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାର ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ଉପସ୍ଥିତି ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଉପସ୍ଥିତିରେ ଏହି ଫାଇନାଲ ଡ୍ରାର୍ଫ୍ଟ ପ୍ରକାଶିତ କରାଯାଇଥିଲା । ଏହି ସଂଶୋଧିତ ଚୂଡାନ୍ତ ଭୋଟର ତାଲିକାରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ସମୁଦାୟ ୧,୬୭,୮୩୮ ଜଣ ଭୋଟର ଓ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ସମୁଦାୟ ୧,୬୪,୮୫୪ ଜଣ ଭୋଟର ରହିଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ - ଚୂଡାନ୍ତ ଭୋଟର ତାଲିକା ପ୍ରକାଶ; ବର୍ଷକରେ କୋରାପୁଟରେ ୨୦,୫୬୩ ନୂଆ ଭୋଟର

ଏହା ମଧ୍ୟ ପଢନ୍ତୁ - Voters List Revision Begins: ଆରମ୍ଭ ହେଲା ଭୋଟର ତାଲିକା ସଂକ୍ଷିପ୍ତ ସଂଶୋଧନ ପ୍ରକ୍ରିୟା

ସେହିପରି ଏହି ତାଲିକାରେ କଣ୍ଟାମାଳର ଜଣେ ଓ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ୮ ଜଣ ତୃତୀୟ ଲିଙ୍ଗ ଭୋଟର ରହିଥିବା ସୂଚନା ମିଳିଛି । ତେବେ ଜିଲ୍ଲାର ଉଭୟ ନିର୍ବାଚନ ମଣ୍ଡଳୀରେ ସମୁଦାୟ ୩,୩୨,୬୯୨ ଜଣ ଭୋଟର ରହିଛନ୍ତି । ସେଥି ମଧ୍ୟରୁ ୨୧୭ ଗୋଟି ପୋଲିଂ ଷ୍ଟେସନ ରହିଛି । ଏହାଛଡା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ୫୫୨୩ ଜଣ ନୂତନ ଭୋଟରଙ୍କୁ ଏହି ତାଲିକାରେ ସଂଯୋଗ କରାଯାଇଥିବା ବେଳେ ୨୭୧୮ ଜଣଙ୍କୁ ମୃତ ଓ ଅନ୍ୟାନ୍ୟ କାରଣରୁ ବାଦ ଦିଆଯାଇଛି । ସେହିପରି ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ୫୪୩୭ ଜଣ ନୂତନ ଭୋଟରଙ୍କୁ ସଂଯୋଗ କରାଯାଇଥିବା ବେଳେ ୨୦୭୯ ଜଣଙ୍କୁ ବାଦ ଦିଆଯାଇଛି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details