ବୌଦ୍ଧ:ଜିଲ୍ଲାରେ ତୃତୀୟ ପର୍ଯ୍ୟାୟରେ ଜିଲ୍ଲାରେ ୧୫ଟି ହାଇସ୍କୁଲ ୫ଟିରେ ରୂପାନ୍ତରିତ କରାଯିବ । ତେବେ ପ୍ରଥମଥର ପାଇଁ ଜିଲ୍ଲାର ତିନୋଟି ଆଦିବାସୀ ବିଦ୍ୟାଳୟକୁ(TRW) ଏଥିରେ ସାମିଲ କରାଯାଇଥିବାରୁ ବିଭିନ୍ନ ମହଲରେ ଆନନ୍ଦ ପ୍ରକାଶ ପାଇଛି ।
ବୌଦ୍ଧ ଜିଲ୍ଲାରେ ୧୫ଟି ହାଇସ୍କୁଲ କରାଯିବ ୫Tରେ ରୂପାନ୍ତରିତ ସମୟ ସହ ବଦଳୁଛି ଶିକ୍ଷା ବ୍ୟବସ୍ଥାର ଚିତ୍ର । ସାଧାରଣ କଳାପଟାର ସ୍ଥାନ ନେଇଛି ସ୍ମାର୍ଟ ବୋର୍ଡ । ଶିକ୍ଷାଦାନ ବ୍ୟବସ୍ଥା ସହ ଆନୁସଙ୍ଗିକ ବିଧିବ୍ୟାବସ୍ଥାରେ ପରିବର୍ତ୍ତନ ଆସିଛି । ବୌଦ୍ଧ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୧୦ଟି ଓ ଦ୍ବିତୀୟ ପର୍ଯ୍ୟାୟରେ ୩୪ଟି ହାଇସ୍କୁଲ 5tରେ ରୂପାନ୍ତରିତ ହୋଇସାରିଛି । ବର୍ତ୍ତମାନ ତୃତୀୟ ପର୍ଯ୍ୟାୟ ପାଇଁ ତିନୋଟି ବ୍ଲକର ପନ୍ଦରଟି ହାଇସ୍କୁଲ 5t ଅନ୍ତର୍ଗତ ହେବ । ଏସବୁ ବିଦ୍ୟାଳୟ ଗୁଡିକରେ ସାଧାରଣ କଳାପଟାର ସ୍ଥାନ ସ୍ମାର୍ଟ ବୋର୍ଡ ସ୍ଥାନ ନେବ । ଏହାଛଡା ଇ ଲାଇବ୍ରେରୀ ଠାରୁ ନେଇ ଖେଳପଡିଆ, ବଗିଚା, ଶୌଚାଳୟ, ପାନୀୟଜଳ ଓ ବିଦ୍ୟାଳୟର ପାରିପାର୍ଶ୍ବିକ ବିକାଶ ମଧ୍ୟ ଘଟିବ । ଏନେଇ ଖୋଦ ବୌଦ୍ଧ ଜିଲ୍ଲାପାଳ ବରିଷ୍ଠ ଅଧିକାରୀ, ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ବର୍ଷେ ନପୁରୁଣୁ 5T ସ୍କୁଲ ଅବସ୍ଥା ଶୋଚନୀୟ, ମନ୍ତ୍ରୀ କହିଲେ ଟାସ୍କଫୋର୍ସ ଗଠନ କରାଯାଇ ହେଉଛି ମେଣ୍ଟେନାସ୍
ଉପାନ୍ତ ଅଞ୍ଚଳର ବିଦ୍ୟାଳୟ ତଥା ବିଶେଷ ଭାବରେ ତିନୋଟି ଆଦିବାସୀ ବିଦ୍ୟାଳୟ 5tରେ ଅନ୍ତର୍ଗତ ହେବା ସୂଚନା ମିଳିବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ଆନନ୍ଦ ପ୍ରକାଶ ପାଇଛି । ସେପଟେ ବୌଦ୍ଧ ଜିଲ୍ଲା ଖଟଖଟିଆ ସ୍ଥିତ ଶ୍ରୀଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ସ୍ବରୂପା ପଲିଆ ଜାତୀୟ ସ୍ତରରେ ଓ ତେତେଲେଙ୍ଗା ଆଦର୍ଶ ବିଦ୍ୟାଳୟର ଛାତ୍ର ସ୍ବସ୍ତିକ ସୁଚିନ୍ତନ ପ୍ରଧାନ ରାଜ୍ୟ ସ୍ତରରେ କୃତିତ୍ୱ ଅର୍ଜନ କରିଥିବାରୁ ଏନେଇ ବିଭିନ୍ନ ମହଲରେ ଆନନ୍ଦ ପ୍ରକାଶ ପାଇଛି ।
ଏନେଇ ମେଣ୍ଢିମାଳ ହାଇସ୍କୁଲର ଜଣେ ଛାତ୍ରୀ କହିଛନ୍ତି ଯେ," ଆମ ବୌଦ୍ଧ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୧୦ଟି ଓ ଦ୍ବିତୀୟ ପର୍ଯ୍ୟାୟରେ ୩୪ ଟି ହାଇସ୍କୁଲ 5t ରେ ରୂପାନ୍ତରିତ ହୋଇଥିଲା । ବର୍ତ୍ତମାନ ଆଉ ୧୫ଟି ସ୍କୁଲ ୫ଟିରେ ରୂପାନ୍ତରିତ ହେବାକୁ ଯାଉଛି । ଆମକୁ ବହୁତ ଖୁସି ଲାଗୁଛି । ଖାସ କରି ଆଦିବାସୀ ସ୍କୁଲ ଏଥିରେ ରହିଥିବାରୁ ଆହୁରି ଅଧିକା ଖୁସି ଲାଗୁଛି । ଇ ଲାଇବ୍ରେରୀ, ସ୍ମାର୍ଟ ବୋର୍ଡ ଠାରୁ ନେଇ ଖେଳପଡିଆର ବିକାଶ ହୋଇପାରିବ । ଯାହା ଫଳରେ ଆମେ କମ୍ପ୍ୟୁଟର ଦ୍ବାରା ଅନେକ ବହି ପଢିପାରିବୁ । ଏହାସହ ସ୍କୁଲର ପାରିପାର୍ଶିକ ପରିବର୍ତ୍ତନ ମଧ୍ୟ ହୋଇପାରିବ ।
ଇଟିଭି ଭାରତ, ବୌଦ୍ଧ