ବୌଦ୍ଧ: ଶ୍ରମିକ କାର୍ଡ ନାରେ ଠକେଇ ମାମଲାରେ ଯୁବକକୁ କାବୁ କରି ପୋଲିସର ଜିମା ଦେଲେ ମହିଳା ଶ୍ରମିକ । ଶ୍ରମ ବିଭାଗର ସଲାସୁତୁରାରେ ଜିଲ୍ଲାରେ ଏଭଳି ଠକେଇ ହେଉଥିବା ଅଭିଯୋଗ ହୋଇଛି ।
ବୀରନରସିଂପୁର ଅଞ୍ଚଳର କିଛି ମହିଳା ଶ୍ରମିକ ସେମାନଙ୍କ ଶ୍ରମ କାର୍ଡର ବୈଧତା ନେଇ ବୌଦ୍ଧ ଶ୍ରମ ଅଧିକାରୀଙ୍କ ନିକଟକୁ ଆସିଥିଲେ । ଶ୍ରମିକମାନେ ସେମାନଙ୍କ କାର୍ଡ ନକଲି ବୋଲି ସୂଚନା ପାଇବା ପରେ ସେଠାକୁ ଆସିଥିବା ଉକ୍ତ ଯୁବକକୁ କାବୁ କରି ବୌଦ୍ଧ ପୋଲିସର ଜିମା ଦେଇଥିଲେ । ଯୁବକ ଜଣକ ଲିଗାଲ ସେଲର ଅଧିକୃତ କର୍ମଚାରୀ ।