ବୌଦ୍ଧ: ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କୋରୋନା ସଂକ୍ରମଣର ଭୟ । ଆଉ ଏନେଇ ବୌଦ୍ଧ ଜିଲ୍ଲା ପ୍ରଶାସନ କୌଣସି ତୃଟି ରଖିବାକୁ ଚାହୁଁ ନାହିଁ । ଏନେଇ ସୋମବାର ଖୋଦ ଜିଲ୍ଲାପାଳ, ଏସପି, ଉପଜିଲ୍ଲାପାଳ ପ୍ରମୁଖ ବୌଦ୍ଧ ସହରର ଶତାଧିକ ବର୍ଷ ପୁରୁଣା ବଜାର ଓ ଅନ୍ୟାନ୍ୟ ସ୍ଥାନ ବୁଲି ଦେଖିବା ସହ ଯେଉଁପରି ଲୋକେ ଏକତ୍ରିତ ହୋଇନପାରିବେ ସେନେଇ ପଦକ୍ଷେପ ଗ୍ରହଣ କରିବାକୁ ପୌର ପ୍ରଶାସନକୁ କଡା ନିର୍ଦ୍ଦେଶ ଦେଇଥିଲେ ।
ଗୋଟିଏପଟେ କୋରୋନା ଭୂତାଣୁ ସଂକ୍ରମଣର ଭୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେବେ ଏହାକୁ ନେଇ ଲୋକେ ଆତଙ୍କିତ ନହୋଇ ସଚେତନ ରହିବାକୁ ବୌଦ୍ଧ ଜିଲ୍ଲା ପ୍ରଶାସନ ଅନୁରୋଧ କରିଛି। ଜନଗହଳି ପୂର୍ଣ୍ଣ ସ୍ଥାନ ଚିହ୍ନଟ କରାଯାଇ ଯେପରି ଗୋଟିଏ ସ୍ଥାନରେ ସାତଜଣରୁ ଅଧିକ ଲୋକ ନରହି ପାରିବେ ସେନେଇ କଟକଣା ଲାଗୁ କରିଛି ।